ଗଛରେ ପିଟି ହେଲା କାର୍‌; ୪ ମୃତ, ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର ସଦରଥାନା ଅନ୍ତର୍ଗତ ମଇଦାନକେଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଜଣକୁ ମେଡିକାଲରେ ଭର୍ତ୍ତି କରାଯାଇଛି। କାର୍‌ ଗଛରେ ପିଟି ହେବାଫଳରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ରାଇରଙ୍ଗପୁର ଠାରେ ସତ୍‌ସଙ୍ଗ ସାରି ଫେରୁଥିବା ବେଳେ ରାତି ପ୍ରାୟ ୨ଟା ସମୟରେ  ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ।

ମୃତକ ମାନେ ହେଲେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର ପ୍ରିନ୍ସିପାଲ କଳ୍ପତରୁ ତୀର୍ଥବାସୀ ପରିଡା, ଗାୟତ୍ରୀ କଲେଜ ଭାଇସ ପ୍ରିନ୍ସିପାଲ ଚୈତନ୍ୟ ବିକାଶ ସାହୁ, ପ୍ରଶାନ୍ତ କୁମାର ପାତ୍ର ଏବଂ କଟକ ବାସିନ୍ଦା ରାଜେଶ କୁମାର ଗୁରୁ।

ମୃତକ କଳ୍ପତରୁଙ୍କ ପୁଅ କମଳାକ୍ଷ ପରିଡାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

You might also like