ନିଖୋଜ ୪ ମତ୍ସ୍ୟଜୀବୀ ଉଦ୍ଧାର
ପୁରୀ : ଚିଲିକାରେ ମାଛ ଧରିବାକୁ ଯାଇଥିବା ନିଖୋଜ ୪ ମତ୍ସ୍ୟଜୀବୀ ଉଦ୍ଧାର। ସ୍ଥାନୀୟ ଲୋକେ ଏହି ୪ ଜଣଙ୍କୁ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ ପୁରୀ ଜିଲ୍ଲା କଣାସ ବ୍ଲକ କଉଡ଼ିଖୁଣି ଗାଁର କିଛି ବ୍ୟକ୍ତି ଚିଲିକାକୁ ମାଛ ମାରିବାକୁ ଯାଇଥିଲେ। ଏହି ସମୟରେ କାଳବୈଶାଖୀ ବର୍ଷା ହେବାରୁ ଡଙ୍ଗାଟି ଭାଙ୍ଗି ଯାଇଥିଲା।
ଏହାପରେ ସ୍ଥାନୀୟ ଲୋକ ଖବର ପାଇ ଉଦ୍ଧାର ପାଇଁ ଦମକଳ ବାହିନୀକୁ ଖବର ଦେଇଥିଲେ। ତେବେ ଝଡ଼ ବର୍ଷାରେ ୭ ନମ୍ବର କୁଦାରେ ଥିବା ଅନ୍ୟ ୪ ଜଣ ମଧ୍ୟ ଆହତ ହୋଇଥିବା ଜଣାପଡିଛି।