୩୯ଜଣ ଭାରତୀୟଙ୍କ ଶବ ବାହାରିଲା କବର ଭିତରୁ

ନୂଆଦିଲ୍ଲୀ : ପ୍ରାୟ ୪ ବର୍ଷ ତଳେ ଇରାକ୍‌ରେ ମୋସୁଲ ସହରରୁ ଅପହୃତ ସମସ୍ତ ୩୯ ଭାରତୀୟଙ୍କୁ ହତ୍ୟା କରିଛି ଆଇଏସଆଇଏସ୍। ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ୍ ରାଜ୍ୟସଭାରେ ଶ୍ରମିକଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି। ଭାରତୀୟମାନଙ୍କୁ ବନ୍ଦୀ କରି ରଖାଯାଇଥିବା ଗତବର୍ଷ ସୁଷମା ପାର୍ଲାମେଣ୍ଟକୁ ଜଣାଇଥିଲେ। ସେପଟେ ଏହି ପ୍ରସଙ୍ଗରେ ସରକାର ଦେଶବାସୀଙ୍କୁ ଭ୍ରମିତ କରିବା ସହ ଅନ୍ଧାରରେ ରଖିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ବର୍ବରତାରେ ଉଜୁଡି ଯାଇଛି ୩୯ ଭାରତୀୟ ଶ୍ରମିକଙ୍କ ପରିବାର। ସେମାନଙ୍କ ମୃତ୍ୟୁକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱାରାଜ୍ ସଂସଦକୁ ଜଣାଇଛନ୍ତି । ବାଦୁସ୍‌ରେ ଏକ ସମୂହ କବରରୁ ମିଳିଥିବା ମୃତଦେହ ସହ ଭାରତୀୟ ଶ୍ରମିକମାନଙ୍କ ଡିଏନଏ ମ୍ୟାଚ୍ କରୁଥିବା ସେ କହିଛନ୍ତି ।

ଶ୍ରମିକଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସେମାନଙ୍କ ପରିବାର ହତାଶ ହୋଇପଡିଛନ୍ତି। ୨୦୧୪ ଜୁନ୍ ୧୧ରେ ଇରାକ୍‌ରେ ଦ୍ୱିତୀୟ ବଡ଼ ସହର ମୋସୁଲକୁ ଆଇଏସଆଇଏସ କବଜା କରିବା ପରେ ଏହି ଭାରତୀୟ ଶ୍ରମିକମାନେ ସେଠାରୁ ଖସି ପଳାଇ ଆସିବାକୁ ଉଦ୍ୟମ କରିଥିଲେ। ତେବେ ଆଇଏସଆଇଏସ୍ ଆତଙ୍କବାଦୀଙ୍କ ହାତରେ ଧରାପଡ଼ିଯାଇଥିଲେ।

ଅନ୍ୟପକ୍ଷରେ ମୋସୁଲ୍‌ରୁ ଆଇଏସଆଇଏସ୍‌କୁ ହଟାଯିବା ପରେ ଭାରତୀୟ ଶ୍ରମିକଙ୍କ ସଂପର୍କରେ ଅନୁଧ୍ୟାନ ପାଇଁ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହ ଇରାକ୍ ଯାଇଥିଲେ। ଭାରତୀୟ ଶ୍ରମିକଙ୍କୁ ପ୍ରଥମେ ଏକ ହସ୍ପିଟାଲ ନିର୍ମାଣ କାମରେ ଲଗା ଯାଇଥିଲା। ପରେ ସେମାନଙ୍କୁ ବାଦୁସ୍‌ରୁ ଏକ ଜେଲରେ ରଖାଯାଇଥିବା ଇରାକ୍  ଗୁଇନ୍ଦା ସଂସ୍ଥା ଜେନେରାଲ ସିଂହଙ୍କୁ ଜଣାଇଥିବା ଗତ ବର୍ଷ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ୍‌ ସୂଚନା ଦେଇଥିଲେ। ତେବେ ଏହି ପ୍ରସଙ୍ଗ ନେଇ ଗଜ କାଲି ସଂସଦରେ ହଟ୍ଟଗୋଳ ହୋଇଥିଲା

ମୃତକଙ୍କ ମଧ୍ୟରେ ପଞ୍ଜାବର ୨୭, ହିମାଚଳର ୪, ବିହାରର ୬ ଓ ପଶ୍ଚିମବଙ୍ଗର ୨ ଜଣ ଅଛନ୍ତି। ଅପହୃତ ୪୦ ଜଣଙ୍କ ମଧ୍ୟରୁ ପଞ୍ଜାବର ଜଣେ ଶ୍ରମିକ ହରଜିତ୍ ମାସି କୌଶଳକ୍ରମେ ଆତଙ୍କବାଦୀଙ୍କ କବଳରୁ ଖସି ଆସିଥିଲେ। ଅନ୍ୟ ଶ୍ରମିକମାନଙ୍କୁ ଆଇଏସଆଇଏସ୍ ଆତଙ୍କବାଦୀ ହତ୍ୟା କରିବାର ସେ ଦେଖିଥିବା ଦାବି କରିଥିଲେ।

 

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like