ସମବାୟ ବିଭାଗରେ ୩୭୦ କୋଟିର ଦୁର୍ନୀତି

ଭୁବନେଶ୍ୱର: ସମବାୟ ବିଭାଗରେ ବଡ଼ ଧରଣର   ଦୁର୍ନୀତି  ହୋଇଛି। ବିଭିନ୍ନ ସମବାୟ ବ୍ୟାଙ୍କ  ଓ  ସମବାୟ ସଂସ୍ଥାରେ ୩୭୦ କୋଟି ଟଙ୍କାର ହେରଫେର୍ ହୋଇଥିବା  ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସ୍ୱୀକାର କରିଛନ୍ତି।  ବିଧାନସଭାରେ ବିଧାୟକ ଦିଲୀପ ରାୟଙ୍କ ଏକ ପ୍ରଶ୍ନରେ  ଉତ୍ତର ଦେଇ ସେ ଏହା କହିଛନ୍ତି।

ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଥିବା  ଅଡିଟ୍ ରିପୋର୍ଟରେ ତଥ୍ୟ ଅନୁୟାୟୀ  ୩୭୦ କୋଟି ୬୯ ଲକ୍ଷ ୯୯  ହଜାର ଟଙ୍କା ହେରଫେର୍ ହୋଇଛି। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ,  ୧୭ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଓ ୧୬ଟି ଅର୍ବାନ କୋପରେଟିଭ  ବ୍ୟାଙ୍କ ସମେତ ୭ ହଜାର ୩୭ଟି ସମବାୟ ସଂସ୍ଥାରେ ଏହି  ହେରଫେର୍ ହୋଇଥିବା ଜଣାପଡିଛି।  ଏଥିରେ ୨୦ ହଜାର ୪୨୪  ଜଣ ସଂପୃକ୍ତ ଅଛନ୍ତି।  ଅର୍ଥ ଆଦାୟ ପାଇଁ ୨୦ ହଜାର ୪୬୬ଟି  ସବ୍‌ଚାର୍ଜ ପ୍ରୋସିଡିଂ କରାଯାଇଛି।

You might also like
Comments
Loading...