୮ ଜଣ ଆତଙ୍କବାଦୀଙ୍କୁ ମାରି ୩୦ ଜଣ ନାଗରିକଙ୍କୁ ମୁକ୍ତ କଲେ ଆଫଗାନୀ ସେନା
କାବୁଲ୍ : ଆଫଗାନୀ ସେନା ଲଖମନ୍ ପ୍ରାନ୍ତରେ ଥିବା ଏକ ତାଲିବାନ ଆଡ୍ଡା ଉପରେ ଆକ୍ରମଣ କରିଛନ୍ତି । ଯେଉଁଥିରେ ୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏବଂ ୩୦ଜଣ ନାଗରିକ ମୁକ୍ତ ହୋଇଛନ୍ତି । ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ଏକ ବିବୃତିରେ ଏହି ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ , ସୁରକ୍ଷା କର୍ମୀମାନେ ସୋମବାର ଦିନ ଏଲାଇନଗର ଦିଲ୍ଲାର ଦାରା-ଏ-ସଙ୍ଗର ଅଂଚଳରେ ଥିବା ବିଦ୍ରୋହିଙ୍କ ଏକ ଆଡ୍ଡା ଉପରକୁ ଅତର୍କିତ ଚଢାଉ କରିଥିଲେ । ଏବଂ ୮ ଜଣ ଆତଙ୍କବାଦୀଙ୍କୁ ମାରିବା ସହ ୩୦ ଜଣ ନାଗରୀକଙ୍କୁ ମୁକ୍ତ କରିଥିଲେ ।
ଆଫଗାନିସ୍ତାନର ସେନା ଚଢାଉ ବେଳେ କିଛି ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସହ ୪ଟି ମୋଟର ବାଇକ୍କୁ ନଷ୍ଟ କରିଦେଇଛନ୍ତି ।