ବୈତରଣୀ ନଦୀରେ ବୁଡ଼ି ୩ ଜଣଙ୍କ ମୃତ୍ୟୁ

ଭଦ୍ରକ : ଭଦ୍ରକରେ ଅଘଟଣ। ବୈତରଣୀ ନଦୀରେ ବୁଡ଼ି ୩ ଜଣଙ୍କ ମୃତ୍ୟୁ। ନେରଡ଼ା ନିକଟରେ ଗାଧୋଇଲା ବେଳେ ଏମାନେ ସମସ୍ତେ ବୁଡ଼ି ଯାଇଛନ୍ତି। ମୃତକ ବାଳକମାନେ ହେଲେ ଜଗନ୍ନାଥ ବୋଇତେଇ, ଦିପ୍ତିରଂଜନ ବୋଇତେଇ ଓ କୁନା ଭୋଳ।

ମୃତ ୩ ଜଣ ଯାକ ସ୍ଥାନୀୟ ବୋଇତେଇ ସାହିର ବୋଲି ଜଣାପଡିଛି। ବେଆଇନ ବାଲି ଉଠାଣ ଯୋଗୁଁ ନଦୀରେ ସୃଷ୍ଟି ହୋଇଥିବା ଗଣ୍ଡରେ ବୁଡି ଏମାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

You might also like