ରହସ୍ୟ ଘେରରେ କିସ୍‌ରୁ ବଣ୍ଡା ଛାତ୍ର ନିଖୋଜ ଘଟଣା

ଭୁବନେଶ୍ୱର : ପୁଅର ଫେରିବା ବାଟକୁ ଚାହିଁ ଚାହିଁ ଶୁଖି ଗଲାଣି ମା ଆଖିର ଲୁହ। ହେଲେ ନା ଫେରୁଛି ପୁଅ, ନା ଫେରିବ ବୋଲି କିଏ ଆଶ୍ୱାସନା ବି ଦେଉଛି। ତିନି ବର୍ଷ ହେଲାଣି ଏମିତି ପୁଅର ଆସିବା ବାଟକୁ ଚାତକ ପରି ଚାହିଁ ରହିଛନ୍ତି ମାଲକାନିଗିରି ବଣ୍ଡାଘାଟି ଦାନ୍ତିପଡ଼ାର ଏହି ବଣ୍ଡା ମହିଳା। ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଃଖକଷ୍ଟରେ ବହୁ ସ୍ୱପ୍ନ ନେଇ ପୁଅ ରାମଚନ୍ଦ୍ରକୁ ପାଠ ପଢାଇବାକୁ ଭୁବନେଶ୍ୱର କିସ୍‌କୁ ପଠାଇଥିଲେ।

ପଞ୍ଚମ ପାସ୍ ପରେ ବଣ୍ଡା ଉନ୍ନୟନ ସଂସ୍ଥା ଜରିଆରେ କିସ୍ ଆସିଥିଲା ରାମଚନ୍ଦ୍ର। ପ୍ରତିବର୍ଷ ଖରା ଛୁଟିରେ ସେ ଗାଁକୁ ଯାଉଥିବା ବେଳେ ୨୦୧୫ରେ ନବମ ପରୀକ୍ଷା ସରିବା ପରେ କିନ୍ତୁ ଘରକୁ ଆସିନଥିଲା। ପରିବାର ଲୋକେ ବ୍ୟତିବସ୍ତ ହେବାରୁ ସମ୍ପର୍କୀୟ କିସ୍ ଆସି ଖବର ନେଇଥିଲେ, ହେଲେ ରାମଚନ୍ଦ୍ର ଏଠାରେ ନଥିବା କହିଥିଲେ କିସ୍ କର୍ତ୍ତୃପକ୍ଷ

ଏହି ଛାତ୍ର ନିଖୋଜ ଘଟଣାକୁ ୩ ବର୍ଷ ପୁରିଥିଲେ ବି ଏ ବାବଦରେ ଯେମିତି କାହାରି ନିଘା ନାହିଁ। ନା ବଣ୍ଡା ଉନ୍ନୟନ ସଂସ୍ଥା ନା କିସ୍ କର୍ତ୍ତୃପକ୍ଷ,  କେହି ବି ଏ ଘଟଣାକୁ ଗୁରୁତ୍ୱ ଦେଇନାହାନ୍ତି। ଏଣେ ଦୁର୍ଗମ ବଣ୍ଡାଘାଟିରେ ରହୁଥିବା ନିରୀହ ପରିବାର ପାଖରେ ଖୋଜିବାକୁ ଶକ୍ତି କି ସାଧନ ବି ନାହିଁ।

ଅନ୍ୟପକ୍ଷରେ ଶିକ୍ଷାନୁଷ୍ଠାନରୁ ଛାତ୍ର ନିଖୋଜ ଅଭିଯୋଗକୁ ଅସ୍ୱୀକାର କରିଛି କିସ୍। ଛାତ୍ର ଜଣକ ଖରା ଛୁଟିରେ ଘରକୁ ଯାଇ ପାରିବାରିକ ଝଗଡ଼ା ପରେ କେଉଁ ଆଡେ ଚାଲିଯାଇଥିବା କହିଛନ୍ତି କିସ୍ କର୍ତ୍ତୃପକ୍ଷ। ସେପଟେ ବଣ୍ଡା ଉନ୍ନୟନ ସଂସ୍ଥା ଅଧିକାରୀ କହିଛନ୍ତି, ଛାତ୍ର ନିଖୋଜ ସଂପର୍କରେ ସେମାନଙ୍କ ପାଖରେ ଖବର ନାହିଁ।

ଏଠାରେ ପ୍ରଶ୍ନ ଉଠୁଛି ବଣ୍ଡା ଛାତ୍ର ଜଣକ କେଉଁଠୁ ନିଖୋଜ ହୋଇଛନ୍ତି, ଶିକ୍ଷାନୁଷ୍ଠାନରୁ ନାଁ ନିଜ ଘରୁ? ଛାତ୍ର ନିଖୋଜ ନେଇ ପରିବାର ଲୋକଙ୍କ ଅଭିଯୋଗ ସତ, ନାଁ କିସ୍ କର୍ତ୍ତୃପକ୍ଷ ସତ କହୁଛନ୍ତି, ତାହା ତଦନ୍ତ ସାପେକ୍ଷ?

ଆହୁରି ପଢ଼ନ୍ତୁ

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

You might also like