• translate
Odishatv Bureau

କଟକ: ରୋଷେଇ ଗ୍ୟାସ ନିଆଁରେ ପୋଡି ହୋଇ ଗୋଟିଏ ପରିବାରର ୩ ଗୁରୁତର। କଟକ ଜିଲ୍ଲା ବାଙ୍କି ପଶାଣିଆରେ ଘଟିଛି ଏହି ଅଭାବନୀୟ ଘଟଣା।

୩ ଆହତଙ୍କ ମଧ୍ୟରେ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ସ୍ୱାମୀ ଓ ପୁଅ ମଧ୍ୟ ଆହତ ଅଛନ୍ତି। ସମସ୍ତଙ୍କୁ କଟକ SCBରେ ଭର୍ତ୍ତି କରାଯାଇଛି।

ଆହତମାନେ ହେଲେ ସରସ୍ୱତୀ କର, ବାବୁଲି କର ଓ ଆଦିତ୍ୟ କର। ମିଳିଥିବା ସୂଚନା ଅନୁସାରେ ସରସ୍ୱତୀଙ୍କ ଶରୀର ୯୦ପ୍ରତିଶତ ପୋଡ଼ି ହୋଇଯାଇଥିବାର ଜଣାପଡ଼ିଛି।

ଅନ୍ୟପକ୍ଷରେ, କିଭଳି ଓ କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା ତାର ପ୍ରକୃତ କାରଣ ଜଣାପଡିନାହିଁ।

Other Stories