ଜ୍ୟାକ୍ ଲଗାଇ ଭୁବନେଶ୍ୱରରେ ତିନି ମହଲା ଘରକୁ ଉପରକୁ ଉଠାଇ ଦେଲେ

ଭୁବନେଶ୍ୱର: ତଳିଆ ଅଞ୍ଚଳରେ ଘର କରିଥିଲେ ଆଉ ଭାଙ୍ଗିବାକୁ ପଡିବନି। କାରଣ ଆସିଯାଇଛି ନୂଆ ଟେକ୍ନୋଲୋଜି। ଜ୍ୟାକ୍ ଲଗାଇ ଉଠାଇ ହେଉଛି ଘର। କଥାଟା ବିଶ୍ୱାସ ଲାଗୁ ନଥିଲେ ବି ସତ। ରାଜଧାନୀର ଜୟଦେବ ବିହାର ଅଞ୍ଚଳରେ ଏମିତି ଏକ ଘରକୁ ନେଇ ଏବେ ଚର୍ଚ୍ଚା ହେଉଛି। ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୧୫ଲକ୍ଷ ଟଙ୍କା।

ପ୍ଲଟ ନମ୍ବର ୮୩୦, ଘର ନାଁ ଆଶ୍ରୟ। ରାଜଧାନୀର ଜୟଦେବ ବିହାର ଅଞ୍ଚଳରେ ଥିବା ଏହି ୩ ମହଲା ବିଲଡିଂଟି ଏବେ ଚର୍ଚ୍ଚାରେ। କାରଣ ବିନା ଭଙ୍ଗାରେ ଘରଟିକୁ ତଳୁ ୪ ଫୁଟ ଉପରକୁ ଉଠାଯାଇଛି। ଫାଉଣ୍ଡେସନ ସ୍ଥାନରେ ଧାଡ଼ି ଧାଡ଼ି ହୋଇ ଲାଗାଛି ୧୫୦ ଟନ୍ କାପାସିଟ୍ର। ୨୫୦ରୁ ଅଧିକ ଲୁହା ଜ୍ୟାକ୍ ବି ଲାଗିଛି। ବିହାରରୁ ଆସିଥିବା ୨୦ଜଣ ଶ୍ରମିକ ଧିରେ ଧିରେ ୩ମାସ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି।

୧୫ବର୍ଷ ତଳେ ଏହି ଘଣ ନିର୍ମାଣ ହୋଇଥିଲା। ଘର ମାଲିକ ବସନ୍ତ ମିଶ୍ରଙ୍କ କହିବା ଅନୁସାରେ “ଡ୍ରେନ୍ ଓ ରାସ୍ତା କାମ ଯୋଗୁଁ ପ୍ରାୟ ଅଢେଇ ଫୁଟ୍ ତଳେ ରହିଯାଇଥିଲା ତାଙ୍କ ଗ୍ରାଉଣ୍ଡ ଫ୍ଲୋର। ବର୍ଷା ହେଲେ ଅଣ୍ଟାଏ ପାଣି ଘରେ ହୋଇଯାଉଥିଲା। ତେଣୁ ଘର ଭାଙ୍ଗି ଆଉ ଥରେ ତିଆରି କରିବାକୁ ସମସ୍ତେ କହୁଥିଲେ। ହେଲେ ଜଣେ ସିଭିଲ ଇଞ୍ଜିନିୟର ବନ୍ଧୁଙ୍କଠାରୁ ନୂଆ ଟେକ୍ନୋଲଜିରେ ଘର ଉଠୁଥିବା ଜାଣି ବିହାରରୁ ମିସ୍ତ୍ରୀ ଡାକି କାମ କରୁଛି। ପ୍ରାୟ ୩ ଫୁଟ୍ ଉଠିଗଲାଣି, ଆଗକୁ ଆଉ ଗୋଟିଏ ଫୁଟ୍ ଉଠିବ। ଏପର୍ଯ୍ୟନ୍ତ ଘରର କୌଣସି କ୍ଷତି ହୋଇନି।”

ଘର ନଭାଙ୍ଗି ଉପରକୁ ଉଠାଯିବା ଟେକ୍ନୋଲୋଜି ଓଡ଼ିଶାରେ ପ୍ରଥମ ହୋଇଥିଲେ ବି ପ୍ରାୟ ୧୦ବର୍ଷ ହେଲା ଚାଲିଲାଣି। ରୁଷ୍ ଓ କାନାଡ଼ାରେ ଏହା ବହୁଳ ବ୍ୟବହାର ହେଉଥିବାବେଳେ କିଛି ବର୍ଷ ତଳେ ମୁମ୍ବାଇରେ ଏକ ୩୬ ମହଲା କୋଠାକୁ ଏଭଳି ଢଙ୍ଗରେ ଉଠା ଯିବା ଘଟଣା ବେଶ୍ ଚର୍ଚ୍ଚାର ପରିସରକୁ ଆସିଥିଲା।

ଆହୁରି ପଢ଼ନ୍ତୁ

ପିଜି ପ୍ରବେଶିକା ପରୀକ୍ଷାର ସମୟସାମା ଦୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

You might also like