ଫ୍ରେଣ୍ଡସିପ୍ ଡେ’ ରେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ

ବଲାଙ୍ଗିର: ଆଜି ହେଉଛି ‍ବନ୍ଧୁତ୍ୱ ଦିବସ ଅର୍ଥାତ୍‌ ଫ୍ରେଣ୍ଡସିପ୍ ଡେ’। ପ୍ରତି ବର୍ଷ ଅଗଷ୍ଟ ମାସ ପ୍ରଥମ ରବିବାରରେ ଏହି ଦିବସ ପାଳନ କରାଯାଏ। ଏଭଳି ଦିନରେ ଏକ ଦୁଃଖଦ ଘଟଣା ଘଟିଛି।

ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲି ଯାଇଛି ତିନି ସାଙ୍ଗଙ୍କ ଜୀବନ। ବଲାଙ୍ଗିର ଜିଲ୍ଲା ସାତମାଇଲ୍ ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏହି ୩ ଜଣ ବନ୍ଧୁ ଏକ ବାଇକ୍‌ରେ ସୋନପୁରରୁ ବଲାଙ୍ଗିର ଆସୁଥିଲେ।

ସାତମାଇଲ୍‌ ନିକଟରେ ଏକ ଟ୍ରକ୍‌ ସହ ସେମାନଙ୍କର ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ସମସ୍ତ ମୃତକ ମାଲପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ସେମାନଙ୍କ ପରିଚୟ ମିଳିପାରି ନାହିଁ।

ପୁଲିସ ଘଟଣାର ତଦନ୍ତ କରୁଛି। ଟ୍ରକ୍ ଡ୍ରାଇଭର୍ ଫେରାର ହୋଇଯାଇଛି। ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଆହୁରି ପଢ଼ନ୍ତୁ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ଦିନକରେ ୮ଟି ସ୍ଥାନରେ ସିବିଆଇ ରେଡ୍

You might also like