ରାଜ୍ୟସଭାରେ ଶପଥ ନେଲେ ପ୍ରଶାନ୍ତ, ସୌମ୍ୟରଞ୍ଜନ ଓ ଅଚ୍ୟୁତ

ଭୁବନେଶ୍ୱର : ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନେ ଆଜି ଶପଥ ପାଠ କରିଛନ୍ତି। ନିର୍ବାଚିତ ୩ଜଣ ସାଂସଦ ବିଜେଡିର ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ସଂସଦର ଉଚ୍ଚ ସଦନରେ ଶପଥ ଗ୍ରହଣ କରିଛନ୍ତି।

୩ ଜଣ ସାଂସଦ ଗୃହରେ ଓଡିଆରେ ଶପଥ ପାଠ କରିଥିଲେ। ଗତମାସରେ ଏମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।  ଅନଙ୍ଗ ଉଦୟ ସିଂଦେଓ, ଦିଲୀପ ତିର୍କୀ ଏବଂ ଏ.ଭି. ସ୍ୱାମୀଙ୍କ ସ୍ଥାନରେ ଏମାନେ ନିର୍ବାଚିତ ହୋଇଛନ୍ତି।

ଆଜି ରାଜ୍ୟସଭା କାର୍ଯ୍ୟକାଳ ଆରମ୍ଭ ହେବା ପରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ନୂତନ ସଭ୍ୟମାନଙ୍କୁ ଶପଥ ପାଠ କରାଇଥିଲେ। ପ୍ରଥମେ କର୍ଣ୍ଣାଟକର ଦୁଇଜଣ ସଦସ୍ୟ କନ୍ନଡ଼ ଭାଷାରେ ଶପଥ ନେବା ପରେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ପ୍ରଶାନ୍ତ ନନ୍ଦ ଶପଥ ଗ୍ରହଣ କରିଥିଲେ। ଶ୍ରୀ ନନ୍ଦ ଓଡ଼ିଆରେ ଶପଥ ନେବା ପରେ ସୌମ୍ୟରଞ୍ଜନ ପଟ୍ଟନାୟକ ଶପଥ ଗ୍ରହଣ କରିଥିଲେ। ଶ୍ରୀ ପଟ୍ଟନାୟକ ଓଡ଼ିଆରେ ଶପଥ ନେଇଥିଲେ। ପରେ ଅଚ୍ୟୁତ ସାମନ୍ତ ମଧ୍ୟ ଓଡ଼ିଆରେ ଶପଥ ନେଇଥିଲେ।

You might also like