ଦୋକାନ ଘର ଉପରକୁ ମାଡ଼ିଗଲା ଟ୍ରକ୍, ଚାଲିଗଲା ୩ ଜୀବନ

ସୁନ୍ଦରଗଡ଼: ମୃତ୍ୟୁ କେଉଁଠି କେମିତି ଓ କେତେବେଳେ ଆସେ ତାହା କେହିବି ଜାଣି ନଥାନ୍ତି। ଏମିତି ହଠାତ୍‌ ମୃତ୍ୟୁର ଶିକାର ହୋଇଛନ୍ତି ୩ଜଣ ବ୍ୟକ୍ତି। ଶୋଇଥିବା ଅବସ୍ଥାରେ ଟ୍ରକ୍‌ ମାଡ଼ି ଯିବାରୁ ସେମାନଙ୍କ ମୃତ୍ୟୁ ଘଟିଛି।

truck

ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ଼ କୁତ୍ରା ବଜାର ନିକଟରେ ଘଟିଛି। ଗତକାଲି ବିଳମ୍ବିତ ରାତିରେ ରାସ୍ତାକଡ଼ରେ ଥିବା ଜୁସ୍ ଦୋକାନ ଘରେ ୩ଜଣ ଶୋଇଥିବାବେଳେ ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଦୋକାନ ଘର ଉପରକୁ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବୁର୍ଲା ମେଡ଼ିକାଲ୍‌କୁ ସ୍ଥାନାନ୍ତର ବେଳେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।

ମୃତକ ୩ଜଣ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ଏହି ୩ଜଣ ବ୍ୟକ୍ତି କୁତ୍ରାରେ ଜୁସ୍‌ ଦୋକାନ କରିଥିଲେ। ଏହି ଘଟଣା ପରେ ଟ୍ରକ୍ ଡାଇଭରଙ୍କୁ ଅଟକ ରଖି କୁତ୍ରା ଥାନା ପୋଲିସ ପଚରାଉଚୁରା ଚଳାଇଛି।

You might also like