ଦନ୍ତାହାତୀ ଆକ୍ରମଣରେ ୩ ଜଣ ଗୁରୁତର

ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲା ଷଡଙ୍ଗୀ ରେଞ୍ଜ ଲତାଦେଇପୁର ଗାଁରେ ହାତୀ ଆତଙ୍କ। ଦନ୍ତାହାତୀ ଆକ୍ରମଣରେ ୩ ଜଣ ଗୁରୁତର ହୋଇଛନ୍ତି।  ଏମାନେ ହେଲେ ସଞ୍ଜିବ କର, ସବିତା ଶତପଥୀ ଓ ଭୂତ ମଲ୍ଲିକ। ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏମାନେ ସକାଳୁ ଗାଧୋଇବା ପାଇଁ ଗାଁ ନିକଟସ୍ଥ ପୋଖରୀକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା।

ଏପଟେ ସକାଳୁ ଓ ସନ୍ଧ୍ୟା ପରେ ଘରୁ ନ ବାହାରିବା ପାଇଁ ବନବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ଚେତାବନୀ ଦିଆଯାଇଛି। ଗତ ୧୫ ଦିନ ଭିତରେ ଏହି ଅଞ୍ଚଳରେ ହାତୀ ଆକ୍ରମଣରେ ୭ ଜଣ  ପ୍ରାଣ ହରାଇଲେଣି।

You might also like