ମଞ୍ଚା ଉପରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

ବାଲେଶ୍ୱର : ନୀଳଗିରିରେ ଲଜ୍ଜା। ରାତିରେ ଧାନ ଜଗିଥିବା ମହିଳାଙ୍କୁ ୪ ଫରେଷ୍ଟ ଗାର୍ଡଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ କାବୁ କରି ନିସ୍ତୁକ ପିଟିଛନ୍ତି ଗାଁ ଲୋକେ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ବନ କର୍ମଚାରୀଙ୍କୁ ଉଦ୍ଧାର କରିଛି ପୋଲିସ୍। ସୂଚନା ଅନୁସାରେ ନୀଳଗିରି ତେଣ୍ଡା ଗାଁର ଜଣେ ମହିଳା ଧାନ ଫସଲ ଜଗିବାକୁ ଏକ ମଞ୍ଚା କରି ରାତିରେ ଶୋଇଥିଲେ। ସାଙ୍ଗରେ ତାଙ୍କର ଛୋଟ ଝିଅ ଶୋଇଥିଲା। ଏହି ସମୟରେ ମହିଳାଙ୍କୁ ୪ଜଣ ଫରେଷ୍ଟଗାର୍ଡ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏନେଇ ମହିଳା ଜଣଙ୍କ ପାଟି କରିବାରୁ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ।

ତିନି ଜଣ ଫରେଷ୍ଟଗାର୍ଡକୁ ଧରି ମାଡ଼ ମାରିଥିଲେ। ତେବେ ଅନ୍ୟଜଣେ ଫରେଷ୍ଟଗାର୍ଡ ଖସିଯିବାରେ ସମର୍ଥ ହୋଇଛନ୍ତି। ପରେ ପୋଲିସ ପହଞ୍ଚି ଅଟକ ବନ କର୍ମଚାରୀଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

You might also like