ବ୍ୟବସାୟୀଙ୍କଠୁ ପୁଲିସର ଲୁଟ୍ ମାମଲା: ୩ ପୁଲିସ କର୍ମଚାରୀଙ୍କ ସମେତ ୪ଜଣ ଗିରଫ

ବରଗଡ଼: ବରଗଡ଼ରେ ଜଣେ ବ୍ୟବସାୟୀଙ୍କ ଠାରୁ ସାଢ଼େ ୪ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ପରେ ୩  ପୁଲିସ୍‌ କର୍ମଚାରୀଙ୍କ ସମେତ ୪ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଏହ ସହ ସେମାନଙ୍କ ଠାରୁ ଟଙ୍କା ମଧ୍ୟ ଜବତ ହୋଇଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ବରଗଡ଼ ପିସିଆର୍‌ ଭ୍ୟାନରେ କାର୍ଯ୍ୟରତ ସରୋଜ କୁମାର ସେଠ୍, ବିପିନ ବିହାରୀ ଦେବବାକ୍ ଏବଂ ସଦାନନ୍ଦ ପ୍ରଧାନ। ଏହା ସହ ଅନ୍ୟ ଜଣେ ହେଲେ ଜୟପ୍ରକାଶ ଗୁପ୍ତା। ଯିଏ ପୁଲିସ୍‌ର ଇନ୍‌ଫରର୍ମର ସାଜିଥିଲେ। ଏମାନେ ନନ୍ଦଲାଲ୍ ପ୍ରସାଦ ନାମକ ଜଣେ ବ୍ୟବସାୟୀଙ୍କଠୁ ସାଢ଼େ ୪ ଲକ୍ଷ ଟଙ୍କା ଲୁଟି ଥିବା ଅଭିଯୋଗ ହୋଇଥିଲା।

ସେପଟେ ଏହି ମାମଲା ନେଇ ସାମ୍ବାଦିକ ସମ୍ମିଳନୀ ଡାକିଥିବା ଏସ୍‌ପି ସାମ୍ବାଦିକଙ୍କୁ ଦୁବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତଙ୍କ ମୁହଁ ଦେଖାଇବା ପାଇଁ ସାମ୍ବାଦିକମାନେ କହିବାରୁ ଏହାକୁ ବିରୋଧ କରିବା ସହ ସାମ୍ବାଦିକଙ୍କୁ ଖରାପ ବ୍ୟବହାର କରିଥିଲେ ବୋଲି ସାମ୍ବାଦିକମାନେ ଅଭିଯୋଗ କରିଛନ୍ତି।

ଏନେଇ ଗଣମାଧ୍ୟମ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇ ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି। ତେବେ ଏନେଇ ଏସ୍‌ପି ମୁକେଶ କୁମାର ଭାମୁଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।

 

 

You might also like