ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ୩ଜଣ ଗିରଫ

ନୂଆଦିଲ୍ଲୀ: CBSE ପ୍ରଶ୍ନପତ୍ର ଭାଇରାଲ ମାମଲାରେ ୩ ଜଣ ଗିରଫ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଏକ ବେସରକରୀ ସ୍କୁଲ ଶିକ୍ଷକ ଥିବାବେଳେ ଜଣେ କୋଚିଂ ସେଣ୍ଟର ମାଲିକ ମଧ୍ୟ ଅଛନ୍ତି।

ଏହି ୩ ଜଣଙ୍କୁ ଅଟକ ରଖି  ପଚରାଉଚରା କରୁଥିଲା ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ। ଆଜି ସେମାନଙ୍କୁ  ଗିରଫ କରାଯାଇଛି।  CBSE ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପ୍ରଶ୍ନପତ୍ର ଭାଇରାଲ କରିଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି।

ପୋଲିସ କହିବା ଅନୁଯାୟୀ ଦୁଇ ଜଣ ଶିକ୍ଷକ ପରୀକ୍ଷା ଦିନ ସକାଳ ୯ଟା ୧୫ରେ ପ୍ରଶ୍ନପତ୍ରରେ ଉତ୍ତର ଲେଖିଥିଲେ। ଏହାପରେ ସେଗୁଡିକର ଫଟୋ ଉଠାଇ କୋଚିଂ ସେଣ୍ଟର ମାଲିକଙ୍କ ନିକଟକୁ ପଠାଇଥିଲେ। ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଏସବୁ ହୋଇଥିଲା ପରୀକ୍ଷା ୯ଟା ୪୫ରେ ଆରମ୍ଭ ହୋଇଥିଲା।

You might also like
Comments
Loading...