୨୭ ହୋଟେଲ୍କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ସରକାର
ଭୁବନେଶ୍ୱର: ପରିବେଶ ପ୍ରଦୂଷଣ ଅଭିଯୋଗରେ ଚଳିତ ବର୍ଷ ରାଜ୍ୟର ୨୭ଟି ହୋଟେଲ୍କୁ ବନ୍ଦ କରିବା ପାଇଁ ନୋଟିସ୍ ଜାରି ହୋଇଛି। ହୋଟେଲରୁ ବାହାରୁଥିବା ଅପରିଷ୍କାର ଜଳ ବିଶୋଧନ କରା ନ ଯାଇ ନିଷ୍କାସନ କରାଯାଉଛି। ଫଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି। ଏଥିପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏହି ହୋଟେଲ୍ଗୁଡ଼ିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଏହି ୨୭ଟି ହୋଟେଲ ମଧ୍ୟରୁ ଗୋଟିଏ ହୋଟେଲ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚାଲୁଥିବା ବେଳେ ୧୧ଟି ହୋଟେଲ୍ ବନ୍ଦ ନିର୍ଦ୍ଦେଶକୁ ଅବମାନନା କରି ବେଆଇନ୍ ଭାବେ ଚାଲୁଥିବା ବୋର୍ଡର ନଜରକୁ ଆସିଛି। ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଆଜି ବିଧାନସଭା ପ୍ରଶ୍ନକାଳରେ ଏହି ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ।