ଲଣ୍ଡନ ବସ୍‌ରେ ଓଡ଼ିଶାର ଲୋଗୋ:ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ୨୦୧୮ ହକି ବିଶ୍ୱକପ୍ ଆୟୋଜନ ନେଇ ଲଣ୍ଡନରେ ପ୍ରମୋସନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟ୍ୱିଟରରେ ଲେଖିଛନ୍ତି ଯେ, ବିଶ୍ୱକପ୍ ହକି ଆୟୋଜନକୁ ନେଇ ଆମର ପ୍ରସ୍ତୁତିର ଖବର ଲଣ୍ଡନରେ ପହଞ୍ଚିଲାଣି। ଲଣ୍ଡନ ବସ୍‌ରେ ଓଡ଼ିଶାର ଲୋଗୋ ଏବଂ ଆମର ପର୍ଯ୍ୟଟନର ଝଲକ ପ୍ରଦର୍ଶିତ ହେବା ଦ୍ୱାରା ବିଶ୍ୱସ୍ତରରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ମିଳିଛି। ଏହା ସହିତ କ୍ରୀଡ଼ା ରାଜଧାନୀ ତଥା ହକି ବିଶ୍ୱକପ୍‌ ଆୟୋଜକ ଭାବେ ଓଡ଼ିଶାର ସମ୍ମାନ ବଢ଼ିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

 

You might also like