ମହିଳାଙ୍କ ସହ ଗଣ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ୍

କେନ୍ଦ୍ରାପଡ଼ା  : କେନ୍ଦ୍ରାପଡ଼ା ଜିଲ୍ଲା ଦୌରା ଜଜଙ୍କ ଐତିହାସିକ ରାୟ। ମହିଳାଙ୍କ ସହ ଗଣ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ । କେନ୍ଦ୍ରାପଡ଼ା ଜିଲ୍ଳା ଦୌରା ଜଜ୍ ଦୁଇ ଦୋଷୀଙ୍କୁ ୨୦ ବର୍ଷ ଲେଖାଏ ଜେଲ୍ ଦଣ୍ଡ ଶୁଶାଇଛନ୍ତି।

ଏହାସହ ଅନ୍ୟ ଏକ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ୫ ହଜାର ଟଙ୍କା ଜୋରିମାନା ମଧ୍ୟ ଶୁଣାଇଛନ୍ତି ଅଦାଲତ। ମାମଲାର ଶୁଣାଣି କରି ଅଶୋକ ଜେନା, ବାବୁଲି ଜେନା ଏବଂ ପରେଶ ମଲ୍ଲିକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । କେନ୍ଦ୍ରପଡ଼ା ଆଳି ଅଞ୍ଚଳର ଜଣକ ଘରେ ୨୦୧୩ ମସିହା ଅଗଷ୍ଟ ୧୩ ତାରିଖରେ ଡକାୟତି ହୋଇଥିଲା । ଡକାୟତିରେ ସଂପୃକ୍ତ ଏହି ତିନି ଜଣ ମହିଳାଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ ।

 

You might also like