ଆତଙ୍କବାଦୀ ଅନୁପ୍ରବେଶ ନେଇ ହାଇ ଆଲର୍ଟ

ଶ୍ରୀନଗର: ଜାମ୍ମୁକଶ୍ମୀରରେ ସୁରକ୍ଷାକର୍ମୀଙ୍କ ପାଇଁ ହାଇ ଆଲର୍ଟ ଜାରି ହୋଇଛି। ସୀମାଦେଇ ଦେଶ ଭିତରେ ୨୦ ଜଣ ଆତଙ୍କବାଦୀ ପ୍ରବେଶ କରିଥିବା ନେଇ ସତର୍କସୂଚନା ଜାରି କରିଛି ଗୁଇନ୍ଦା ବିଭାଗ। ଏହି ଆତଙ୍କବାଦୀମାନେ ପାକ ଅଧିକୃତ କାଶ୍ମୀର ଦେଇ ଭାରତକୁ ପ୍ରବେଶ କରିଥିବା ଜଣାପଡ଼ିଛି। ଏମାନେ ସମସ୍ତେ ପାକିସ୍ତାନରେ ଥିବା ଆତଙ୍କବାଦୀ ସଙ୍ଗଠନ ଜୈସ ଏ ମହମ୍ମଦର ସଦସ୍ୟ ଥିବା ସୂଚନା ମିଳିଛି।

ଏହି ଆତଙ୍କବାଦୀମାନେ ମୁଖ୍ୟତଃ ଜାମ୍ମୁ କାଶ୍ମୀର ଦକ୍ଷିଣ ଜିଲ୍ଲା ସହ ଦେଶର ବିଭିନ୍ନ ସ୍ଥାନରେ ବଡ଼ଧରଣର ଆକ୍ରମଣ କରିବାକୁ  ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ସବୁଥର ଭଳି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ କହିଛି।

ପବିତ୍ର ରମଜାନ ମାସ ଅବସରରେ ଅପରେସନ୍ ଅଲଆଉଟ୍ ଉପରେ କେନ୍ଦ୍ର ସରକାର ରୋକ ଲଗାଇଥିବା ବେଳେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଛି। ଏଭଳି ସ୍ଥିତିରେ ଛୋଟ ଛୋଟ ଦଳ ହୋଇ ଏହି ଆତଙ୍କବାଦୀମାନେ ରମଜାନ ମାସରେ ଅରାଜକତା ସୃଷ୍ଟି କରିବା ଲକ୍ଷ୍ୟରେ ରହିଛନ୍ତି।

 

ଆହୁରି ପଢ଼ନ୍ତୁ

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

ହାଇକୋର୍ଟରେ ମାମଲା ଦାୟର କଲେ ସମ୍ବିତ ପାତ୍ର

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

କରୋନା ସଂକ୍ରମଣ ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ

ବୌଦ୍ଧ ଡେପୁଟୀ କଲେକ୍ଟର ଶରତ ବାଗ ଗିରଫ

You might also like