ଭଦ୍ରକ ପରେ କେନ୍ଦ୍ରାପଡ଼ା ଚକ୍ରଡ଼ାରୁ ଉଦ୍ଧାର ହେଲେ ୨୦ ନାଗଛୁଆ
ଭଦ୍ରକ : ଭଦ୍ରକ ଧାମନଗର ପରେ କେନ୍ଦ୍ରାପଡ଼ା ଚକ୍ରଡ଼ାରୁ ଉଦ୍ଧାର ୨୦ ନାଗ ସାପ ଛୁଆ। ଚକ୍ରଡ଼ା ନାରିଲୋ ଗାଁର ରଞ୍ଜିତ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ଘର ନିକଟରେ ଗତକାଲି କିଛି ନାଗ ସାପ ଖେଳୁଥିବା ଦେଖି ଲୋକେ ତାଙ୍କୁ ଜଣାଇଥିଲେ । ଏହା ପରେ ରଞ୍ଜିତ, ତୁରନ୍ତ ସାପ ଧରାଳି ପ୍ରଫୁଲ୍ଲ ସ୍ୱାଇଁଙ୍କୁ ଖବର ଦେଇଥିଲେ।
ଆଜି ସକାଳୁ ସାପ ଧରାଳି ପ୍ରଫୁଲ୍ଲ ଗାଁକୁ ଯାଇ ୨୦ଟି ସାପ ଧରିଥିଲେ। ଅଧିକ ସାପ ଥିବା ଆଶଙ୍କା କରି ରଞ୍ଜିତଙ୍କ ଘରର କାନ୍ଥ ଖୋଳା ଚାଲିଛି। ଏହି ଘଟଣା ସ୍ଥାନୀୟ ଅ଼ଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ପୂର୍ବରୁ ଭଦ୍ରକ ଧାମନଗରରୁ ୧୩୦ରୁ ଅଧିକ ଧରା ପଡିଥିଲେ