ବୁଡ଼ି ଗଲେ ୨ ଛାତ୍ର

ସମ୍ବଲପୁର: ସବୁଦିନ ପରି ଆଜି ମଧ୍ୟ ଫେରିବା ବାଟକୁ ଚାହିଁ ବସିଥିଲେ ଘର ଲୋକେ। ହେଲେ ଘରକୁ ଆଉ ଫେରି ନ ଥିଲେ, ମିଳିଥିଲା ତାଙ୍କ ମୃତଦେହ। ସମ୍ବଲପୁରରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି॥

ପାଓ୍ୱାର ଚ୍ୟାନେଲରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରାଣ ହରାଇଥିବା ୨ ଛାତ୍ର ହେଲେ ସୁମିତ୍ ଦାସ ଓ ସମୀର ଦଳେଇ। ଉଭୟେ ଦଶମ ଶ୍ରେଣୀରେ ପଢୁଥିଲେ।

ସୂଚନା ଅନୁସାରେ, ସ୍ପେଶାଲ କ୍ଲାସ୍‌ ଥିବାରୁ ରାତିରେ ସେମାନେ କୋଚିଂ ଯାଇ ସକାଳେ ଘରକୁ ଫେରିଥାନ୍ତି। ମାତ୍ର ଆଜି ଘରକୁ ନ ଫେରି ମୁଣ୍ଡାଘାଟ ଝାଙ୍କରପାଲି ପାଓ୍ୱାର ଚ୍ୟାନେଲକୁ ଗାଧୋଇବାକୁ ପଳାଇଥିଲେ। ୮ ଜଣ ଛାତ୍ର ଗାଧୋଇବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ପାଣିରେ ପଶିଥିଲେ। ୨ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଛାତ୍ରଙ୍କ ଅବସ୍ଥା ଭଲ ଥିବା ଜଣାପଡ଼ିଛି।

ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସୂଚନାଥାଉ କି, ଗତ କିଛିଦିନ ତଳେ ଭୁବନେଶ୍ୱର କୁଆଖାଇ ନଦୀରେ ପାଣିରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।

 

You might also like