୨ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ; ଜଣେ ମୃତ, ଜଣେ ଗୁରୁତର

ବରଗଡ଼: ବରଗଡରେ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ। ଏଥିରେ ସାନ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ବଡ ଉଭଣୀ ଗୁରୁତର ହୋଇପଡିଛନ୍ତି।

ବରଗଡ଼ ଟାଉନ ଥାନା ନିଗମାନନ୍ଦ ବିହାରରେ ଏହି ଅଘଟଣ ଘଟିଛି। ନିଗମାନନ୍ଦ ବିହାରରେ ୨୩ ବର୍ଷୀୟା ଗୁଡିଆ ଶର୍ମା ଓ ତାଙ୍କ ସାନ ଭଉଣୀ ୨୧ ବର୍ଷୀୟା ପ୍ରିୟଙ୍କା ପରିବାର ସହ ରହୁଥିଲେ। ତେବେ ଗତକାଲି ରାତିରେ ଦୁଇ ଭଉଣୀ କୌଣସି କାରଣରୁ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ପରିବାର ଲୋକେ ତୁରନ୍ତ ସେମାନଙ୍କୁ ଡାକ୍ତରଖାନାକୁ ନେଇଥିଲେ। ହେଲେ ପ୍ରିୟଙ୍କାଙ୍କ ମୃତ୍ୟୁ ହୋଇଥିବା ବେଳେ ବଡ ଭଉଣୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ତେବେ କ’ଣ ପାଇଁ ସେମାନେ ଏହି ଉଦ୍ୟମ କରିଥିଲେ, ତାହା ସ୍ପଷ୍ଟ ହୋଇପାରିନାହିଁ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, ଗୁଡିଆ ଓ ପ୍ରିୟଙ୍କାଙ୍କ ପରିବାର ବିହାରର ମୂଳ ବାସିନ୍ଦା। ସେମାନେ ଗତ ୨୦ ବର୍ଷ ହେଲା ବରଗଡରେ ରହି ଆସୁଥିଲେ।

ଆହୁରି ପଢ଼ନ୍ତୁ

You might also like