ପାକିସ୍ତାନୀ ସେନାକୁ ଭାରତୀୟ ସେନାର କଡ଼ା ଜବାବ
ଶ୍ରୀନଗର: ପାକିସ୍ତାନୀ ସେନାଙ୍କୁ ଭାରତୀୟ ସେନାର କଡ଼ା ଜବାବ। ଜାମ୍ମୁ ଓ କାଶ୍ମୀର କୁପୱାରରେ ପାକିସ୍ତାନ ସେନା ପକ୍ଷରୁ ଭାରତୀୟ ପୋଷ୍ଟ ଉପରକୁ ଲକ୍ଷ୍ୟ କରି ଗୁଳିମାଡ଼ କରାଯିବା ପରେ ଏହାର କଡ଼ା ଜବାବ ଦେଇଥିଲା ଭାରତୀୟ ସେନା। ଗୁଳି ବିନିମୟରେ ଟଙ୍ଗଧର ସେକ୍ଟରରେ ୨ଜଣ ପାକିସ୍ତାନୀ ସେନାଙ୍କ ମୃତ୍ୟୁ ଘଟିଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଥାଉ କି, ଅଗଷ୍ଟ ୭ରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ଆର୍ମି ମେଜରଙ୍କ ସମେତ ୩ଜଣ ସେନା ସହିଦ ହୋଇଥିଲେ।
ଜାମ୍ମୁ ଓ କାଶ୍ମୀରରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଓ ଅନୁପ୍ରବେଶ କରାଯାଉଥିବା ଦେଖାଯାଉଛି।