୨ ମେଡିକାଲ କଲେଜକୁ ଅନୁମତି

ଭୁବନେଶ୍ୱର : ରାଜ୍ୟର ଦୁଇଟି ନୂଆ ମେଡିକାଲ କଲେଜକୁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ବା MCIର ଅନୁମତି। ୨୦୧୮-୧୯ ଶିକ୍ଷା ବର୍ଷରୁ ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜକୁ ନାମଲେଖା ପାଇଁ ଅନୁମତି MCI ଦେଇଛି।  MCI ପକ୍ଷରୁ ଅନୁମତି ଦିଆଯାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ଓ କୋରାପୁଟ ମେଡିକାଲ କଲେଜ ପାଇଁ ବି ଅନୁମତି ରହିଛି।  ଦ୍ୱିତୀୟ ବର୍ଷରେ ଏଠାରେ ଶହେ ସିଟ୍‌ରେ ପାଠପଢ଼ା ପାଇଁ ଉଭୟ ମେଡିକାଲ କଲେଜକୁ ଅନୁମତି ମିଳିଛି।

 

 

You might also like