ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଢେଙ୍କାନାଳ: ଦୁଇ ଭଉଣୀ ମାଉସୀ ଘରକୁ ବୁଲିବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିଲେ ନାହିଁ। ମାଉସୀ ଘର ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି।

ଅନୁଗୁଳ ଜିଲ୍ଲା ବାଘୁଆବିରି ଗାଁର ଗୋପୀ ବିରୁଆଙ୍କ ଦୁଇ ଝିଅ ଲକ୍ଷ୍ମୀ(୧୦) ଓ ରାଧା (୫) ମଠକରଡ଼ା ପଞ୍ଚାୟତ କରଡ଼ାପାଳ ଗାଁର ମାଉସୀ ଘରକୁ ଯାଇଥିଲେ। ଦୁଇ ଭଉଣୀ ଶୌଚ ପାଇଁ ପାଖ ପୋଖରୀକୁ ଯାଇଥିଲେ। ଫେରିବାରେ ବିଳମ୍ୱ ହେବାରୁ ମାଉସୀ ଘର ଲୋକେ ସେମାନଙ୍କୁ ଚାରିଆଡ଼େ ଖୋଜିଥିଲେ। ହେଲେ ସେମାନଙ୍କ ପତ୍ତା ମିଳି ନଥିଲା। ପୋଖରୀରେ ବୁଡ଼ି ଯାଇଥିବା ସନ୍ଦେହ କରି ପରିବାର ଲୋକେ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ପୋଖରୀରୁ ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର କରିଥିଲେ।

You might also like