ଜଲଦାରେ ବେଆଇନ ପଥର ଖଣିରେ ବ୍ଲାଷ୍ଟିଂ ବେଳେ ଅଘଟଣ

ରାଉରକେଲା  : ରାଉରକେଲା ଜଲଦାରେ ବେଆଇନ ଖାଦାନରେ ବ୍ଲାଷ୍ଟିଂ ବେଳେ ଅଘଟଣ। ଏଥିରେ ୨ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ A ବ୍ଳକ ମୁଣ୍ଡା ବସ୍ତିରେ ଥିବା ବେଆଇନ ଖାଦାନରେ ବ୍ଳାଷ୍ଟିଂ କରାଯାଉଥିଲା। ଏହି ସମୟରେ ପଥର ଏବଂ ମାଟି ଅତଡା ଖସି ପଡିଥିଲା।

ଫଳରେ ଘଟଣା ସ୍ଥଳରେ ହିଁ ୨ଜଣ ଶ୍ରମିକ ପ୍ରାଣ ହରାଇଥିଲେ। ଗୁରୁତର ୨ ଜଣଙ୍କୁ ରାଉରକେଲା ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିରେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ପରେ ବେଆଇନ ଖାଦାନ ଚଲାଉଥିବା ଖଣି ମାଲିକ ଫେରାର ହୋଇଯାଇଛି। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ବେଆଇନ ଖଣି ଚଳାଉଥିବା ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଦେଖନ୍ତୁ ଏହି ଭିଡ଼ିଓ-