ସୁନ୍ଦରଗଡ଼ରେ ବାଣ ଫୁଟି ୨ ଶିଶୁ ଗୁରୁତର 

ସୁନ୍ଦରଗଡ଼ : ବାଣ ଫୁଟି ୨ ଶିଶୁ ଗୁରୁତର। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଦେଓକରଣ ଗାଁରେ ଘଟିଛି ଏହି ଅଘଟଣ।  ବାଣ ବିସ୍ଫୋରଣ ହେବାରୁ ୨ ଶିଶୁ ଗୁରୁତର ହୋଇଛନ୍ତି। ବାଣ ରହିଥିବା ଏକ ଗାଡିରେ ନିଆଁ ଲାଗିଯାଇ ଏହି ବିସ୍ଫୋରଣ ହୋଇଛି।ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ୨ଶିଶୁଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ହାତୀ ଘଉଡ଼ାଇବାକୁ ବନ କର୍ମଚାରୀମାନେ ଏକ ଗାଡିରେ ବାଣ ରଖିଥିବା ନେଇ ସୂଚନା ମିଳିଛି। କୌଣସି କାରଣବଶତଃ ବାଣରେ ନିଆଁ ଲାଗିଯାଇ ଏଭଳି ଅଘଟଣ ହୋଇଛି।

You might also like