ମାଲକାନଗିରି ସୀମାରେ ବିସ୍ଫୋରଣ : ୨ଯବାନ ସହିଦ, ୫ ଗୁରୁତର ଆହତ
ମାଲକାନଗିରି : ମାଲକାନଗିରି ସୀମାରେ ଯବାନଙ୍କୁ ଟାର୍ଗେଟ୍ କରି ବିସ୍ଫୋରଣ । ବିସ୍ଫୋରଣରେ ୨ଜଣ ଯବାନ ସହିଦ, ୫ ଗୁରୁତର ଆହତ। ଛତିଶଗଡ଼ ବିଜାପୁର ମହାଦେବପୁରରେ ମାଓବାଦୀମାନେ ବିସ୍ଫୋରଣ କରିଥିବା ଜଣାପଡିଛି। ସୂଚନା ଅନୁସାରେ, ସର୍ଚ୍ଚ ଅପରେସନ ବେଳେ ୩ଟି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ବସ୍ରେ ମୋଟ ୩୦ ଜଣ ଯବାନ ପାଟ୍ରୋଲିଂରେ ଯାଉଥିଲେ।
ଏହି ବିସ୍ଫୋରଣ ପରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୧୪ରେ ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁରକୁ ଦିନିକିଆ ଗସ୍ତ କରିବା କାର୍ଯ୍ୟକ୍ରମ ଅଛି।