ସାହାଯ୍ୟ ବଦଳରେ ମିଳିଲା ଏମିତି କିଛି…

ଝାଡ଼ଖଣ୍ଡ: ସାହାଯ୍ୟ ପାଇଁ ସାଙ୍ଗଙ୍କୁ ଡାକିଲେ…ହେଲେ ଜାଣି ନଥିଲେ ସେମାନଙ୍କ ସହ ଏମିତି ଅଘଟଣ ଘଟିବ ବୋଲି। ସାହାଯ୍ୟ ବଦଳରେ ସେମାନଙ୍କ ସହ ଏମିତି କିଛି ଘଟଣା ଘଟିଲା ଯାହା ସମସ୍ତଙ୍କ ଭାବନା ବାହାରେ ଥିଲା।

୨ଜଣ ନାବାଳିକାଙ୍କ ସହ ୧୧ଜଣ ଲୋକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଝାଡ଼ଖଣ୍ଡର ଲୋହରଡଗାରେ ଅଗଷ୍ଟ ୧୬ ତାରିଖ ଦିନ ଏହି ଅମାନବୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ଗାଡ଼ି ଖରାପ ହୋଇଯିବାରୁ ନାବାଳିକା ୨ଜଣ ସେମାନଙ୍କ ସାଙ୍ଗକୁ ଫୋନ କରି ଡାକିଥିଲେ। ହେଲେ ସାହାଯ୍ୟ ବଦଳରେ ସାଙ୍ଗ ଜଣକ ତା’ର ୧୧ଜଣ ବନ୍ଧୁଙ୍କୁ ଘଟଣା ସ୍ଥଳକୁ ପଠାଇଥିଲା। ଯେଉଁମାନେ କି ନାବାଳିକା ୨ଜଣଙ୍କୁ ଏକ ଅଲଗା ଜାଗାକୁ ନେଇ ସେମାନଙ୍କ ସହ ଦୁଷ୍କର୍ମ କରିଥିଲେ। ପୀଡିତାଙ୍କ ଅଭିଯୋଗ ଆଧାରରେ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କ ବୟସ ୧୮ ରୁ ୨୮ ବର୍ଷ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ପୁଲିସ୍‌ ଏହି ଘଟଣାକୁ ନେଇ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି।

You might also like