ବ୍ରହ୍ମପୁରରେ ଏନ୍କାଉଣ୍ଟର
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅନ୍ତର୍ଗତ ଥାନା ସାନଘାଟି ଛକରେ ପୁଲିସ୍ ଏନ୍କାଣ୍ଟରରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ସୁଶାନ୍ତ ପ୍ରଧାନ ଓ ରାଜେଶ ରେଡ୍ଡୀ।
ସେମାନଙ୍କଠାରୁ ୨ ଲକ୍ଷ ୨୫ ହଜାର ଟଙ୍କା, ଗୋଟିଏ କାର୍ ଓ ୨ଟି ପିସ୍ତଲ ଜବତ କରାଯାଇଛି। ଗତ ୨ ତାରିଖରେ ଖଲ୍ଲିକୋଟ ଟୋଲ୍ ଗେଟ୍ ଡକାୟତିରେ ସୁଶାନ୍ତ ଓ ରାଜେଶ ସଂପୃକ୍ତ ଥିଲେ ବୋଲି ପୁଲିସ୍ କହିଛି।
ତେବେ ଏମାନଙ୍କର ଅନ୍ୟ କେଉଁ ଘଟଣାରେ ସଂପୃକ୍ତି ରହିଛି ସେ ନେଇ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି।