ମାଟି ଅତଡା ଖସି ୨ଶ୍ରମିକଙ୍କ ମୃତ୍ୟୁ ଓ ଜଣେ ଗୁରୁତର
କୋରାପୁଟ : କୋରାପୁଟ ବୋରିଗୁମ୍ମା ବ୍ଲକ ଖିଆଲଗୁଡ଼ାରେ ମାଟି ଅତଡା ଖସି ଶ୍ରମିକଙ୍କ ମୃତ୍ୟୁ। ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତରଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏନେଇ ପ୍ରଶାସନ ପକ୍ଷରୁ ଦୁଇ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ ନେଇ ସୂଚନା ଦେଇଛନ୍ତି ତହସିଲଦାର।
ଘଟଣାସ୍ଥଳରେ ବୋରିଗୁମ୍ମା ପୋଲିସ୍ ପହଞ୍ଚି ତଦନ୍ତ କରୁଥିବାବେଳେ ଆଦିବାସୀ ସଂଘ ପକ୍ଷରୁ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ନେଇ ଦାବି ହୋଇଥିଲା।
ସେପଟେ ବେଆଇନ ମାଟି ଖୋଳା ଚାଲିଥିବାରୁ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ କହିଛନ୍ତି ତହସିଲଦାର।
ଦେଖନ୍ତୁ ଏହି ଭିଡ଼ିଓ-