ସାଉଥ୍‌କୋର ଜେଇ ଓ ତାଙ୍କ ସହଯୋଗୀଙ୍କୁ ମାଡ଼ ଅଭିଯୋଗରେ ୨ ଜଣ ଅଟକ

ନବରଙ୍ଗପୁର : ନବରଙ୍ଗପୁର ସାଉଥକୋ ବିଭାଗ ଜେଇ ଓ ତାଙ୍କ ସହଯୋଗୀଙ୍କୁ ମାଡ଼ ଅଭିଯୋଗରେ ୨ ଜଣଙ୍କ ଅଟକ ରଖିଛି ପୋଲିସ। ବକେୟା ବିଦ୍ୟୁତ ବିଲ୍ ଆଦାୟ କରିବାକୁ ବିକ୍ରମପୁର ଗାଁକୁ ଯାଇଥିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଏବଂ ତାଙ୍କ ସହଯୋଗୀ।

ସେହି ଗାଁରେ ଜଣେ ବ୍ୟକ୍ତିଙ୍କ ଘରୁ ବକେୟା ବିଲ୍ ନେଇ ବିଦ୍ୟୁତ ବିଚ୍ଛିନ୍ନ କରିବା ସମୟରେ ଉଭୟଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ନବରଙ୍ଗପୁର ଟାଉନଥାନାରେ ଏତଲା ପରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଦେଖନ୍ତୁ ଏହି ଭିଡ଼ିଓ-