ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ମୃତ

ବରଗଡ଼: ପାଇଖାନା ଟାଙ୍କିରୁ କଂଙ୍କ୍ରିଟ୍ ସ୍ଲାବ୍ ହଟାଇବା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି।  ଏଭଳି ମର୍ମନ୍ତୁଦ ଘଟଣା ଘଟିଛି ବରଗଡ଼ ଜିଲ୍ଲା ମାଣ୍ଡୋସିଲ ଗାଁରେ।

ଗୁରବାର ସକାଳେ ଏହି ଗାଁର ସୁଶୀଳ ବାଗ୍‌ଙ୍କ ଘରେ ତିଆରି ହୋଇଥିବା ନୂଆ ପାଇଖାନାର ସ୍ଲାବ୍ ଖୋଲା ଯାଉଥିଲା। ନବ ନିର୍ମିତ ପାଇଖାନା ଟାଙ୍କିରୁ କଂଙ୍କ୍ରିଟ୍ ସ୍ଲାବ ହଟାଇବା ବେଳେ ବିଷାକ୍ତ ଗ୍ୟାସ୍ ପ୍ରଭାବରେ ମଦନ ବରିହା ନାମକ ଜଣେ ବ୍ୟକ୍ତି ଅଚେତ ହୋଇ ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ କରୁଣାକର ପଟେଲ ଓ ନେପାଳ ନେତାମ୍ ମଧ୍ୟ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ।

ବେହୋସ ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ମଦନ ବରିହା ଓ କରୁଣାକର ପଟେଲଙ୍କ ମୃତ୍ୟୁ ହୋଇଛି। ନେପାଳ ନେତାମଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

 

You might also like