ନିର୍ମାଣାଧୀନ ପୋଲ ତଳକୁ ଖସିଲା କାର୍

କଳାହାଣ୍ଡି : କଳାହାଣ୍ଡି ଜିଲା କେସିଙ୍ଗା ଥାନା କାଂଶବାହାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ନିର୍ମାଣାଧୀନ ପୋଲ ତଳକୁ କାର୍ ଖସି ଘଟଣାସ୍ଥଳରେ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କାରଟି ପୋଲ ଉପରୁ ଖସି ପଡିଥିଲା। କାରଟି ରାଉରକେଲାରୁ ଫେରୁଥିଲା, ଯେଉଁଥିରେ କେସିଙ୍ଗାର ବ୍ୟବସାୟୀ ଦିନେଶ ଜୈନ ଏବଂ ଅନ୍ୟଜଣେ ସଂଜୟ ଅଗ୍ରୱାଲ ଥିଲେ।

ସକାଳେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ସ୍ଥାନୀୟ ବ୍ୟବସାୟୀ ମହଲରେ ଶୋକର ଛାୟା ଖେଳାଇ ଦେଇଛି।

You might also like