ଗଛରେ ପିଟି ହେଲା କାର୍‌; ସ୍ୱାମୀ, ସ୍ତ୍ରୀ ମୃତ

ଜୟପୁର: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍‌। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଟାପଜରି ନିକଟରେ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।

ମୃତକ ପୁରୀ ଜିଲ୍ଲା କାକଟପୁରର  ଚୈତନ୍ୟ ପ୍ରସାଦ ମହାନ୍ତି ତାଙ୍କ ପତ୍ନୀ।

ସେମାନଙ୍କ ପୁଅକୁ ଗୁରୁତର ଅବସ୍ଥାରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିରେ ୫ ଜଣ ଲୋକ ଥିଲେ। ସମସ୍ତେ ପୁରୀ ଜିଲ୍ଲା କାକଟପୁରରୁ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

You might also like