ସାରି ଦିଅନ୍ତୁ ବ୍ୟାଙ୍କ କାମ: କାଲିଠୁ ଲାଗ୍‌ ଲାଗ୍ ଛୁଟି

ନୂଆଦିଲ୍ଲୀ: ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କୌଣସି ବ୍ୟାଙ୍କରେ ଅଛି କି? ତେବେ ଆଜି ହିଁ ବାକି ଥିବା କାମ ସାରିଦେଲେ ଭଲ। କାରଣ କାଲିଠୁ ଆପଣଙ୍କ ବ୍ୟାଙ୍କ ସେବାରେ ବାଧା ସୃଷ୍ଟି ହୋଇପାରେ।

ଜାଣନ୍ତୁ ପ୍ରକୃତ କାରଣ କ’ଣ: ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବ୍ୟାଙ୍କ ଗୁଡ଼ିକର କର୍ମଚାରୀ କାଲିଠାରୁ ଦେଶବ୍ୟାପୀ ୨ ଦିନ ଧରି ଧାରଣା ଦେବାକୁ ଯାଉଛନ୍ତି। ଫଳରେ ଆସନ୍ତାକାଲି ଓ ପଅରଦିନ ଅର୍ଥାତ ବୁଧବାର ଓ ଗୁରୁବାର, ବ୍ୟାଙ୍କରେ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଏହାପରେ  ଶୁକ୍ରବାର  ଓ ଶନିବାର ବ୍ୟାଙ୍କ ଖୋଲାରହୁଛି।  ଆଉ ତା ପରଦିନ ହେଉଛି ରବିବାର ଛୁଟି ଦିନ। ତେଣୁ କାଲିଠାରୁ ଆସନ୍ତା ସୋମବାର ଭିତରେ କେବଳ ୨ଟି ୱାର୍କିଂ ଡେ ଶୁକ୍ରବାର ଓ ଶନିବାର ହିଁ ରହିଛି। ତେଣୁ ଆପଣ ନିଜର ବ୍ୟାଙ୍କ କାମ ସାରିବାକୁ ମଝିରେ ୨ଟି ଦିନ ହିଁ ପାଇବେ।

ଆନ୍ଦୋଳନ କାହିଁକି: ବ୍ୟାଙ୍କ କର୍ମଚାରୀ ସଂଘର ବିଭିନ୍ନ ଦାବି ମଧ୍ୟରୁ ଇଣ୍ଡିଆନ୍‌ ବ୍ୟାଙ୍କସ୍‌ ଆସୋସିଏସନ୍‌ ବା ଆଇବିଏ ଦ୍ୱାରା ପ୍ରସ୍ତାବିତ କରାଯାଇଥିବା ୨ ପ୍ରତିଶତ ବେତନ ବୃଦ୍ଧିକୁ ସଂଘ ବିରୋଧ କରୁଛି। ବ୍ୟାଙ୍କ ଓ ସଂଘ ମଧ୍ୟରେ ବିଭିନ୍ନ ଆଲୋଚନା ପରେ ମଧ୍ୟ କୌଣସି ବାଟ ବାହାରି ପାରିନାହିଁ। ଫଳରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଂଘ ନିଷ୍ପତ୍ତି ନେଇଥିବାର ଜଣାପଡ଼ିଛି।

ସୂଚନାଥାଉ କି, ଏହା ପୂର୍ବରୁ ୟୁନାଇଟେଡ଼୍‌ ଫୋରମ୍‌ ଅଫ ବ୍ୟାଙ୍କ ୟୁନିଅନ୍ସ ମେ ୩୦ରେ ଧାରଣାକୁ ଓହ୍ଲାଇବ ବୋଲି ସୂଚନା ଦେଇଥିଲା। ବ୍ୟାଙ୍କ ୟୁନିଅନ୍ସ ବେତନ ବୃଦ୍ଧି ୧୪ରୁ ୧୫ ପ୍ରତିଶତ ତଳକୁ ଗ୍ରହଣ ପାଇଁ ପ୍ରସ୍ତୁତ ନ ଥିବାର କୁହାଯାଉଛି। ଶେଷଥର ପାଇଁ ୨୦୧୨ ମସିହାରେ ବେତନରେ ରିଭିଜନ୍‌ ହୋଇଥିଲା। ଯେଉଁଥିରେ କର୍ମଚାରୀଙ୍କ ବେତନ ୧୫ ପ୍ରତିଶତ ବୃଦ୍ଧି ହୋଇଥିବାର ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like