ଠିକାଦାରଙ୍କୁ ବିଧାୟକଙ୍କ ସମ୍ପର୍କୀୟ ଉଠାଇ ନେଇଥିବା ଅଭିଯୋଗ

ବଲାଙ୍ଗିର: କଣ୍ଟାବାଞ୍ଜି ବିଧାୟକ ଅୟୁବ ଖାଁଙ୍କ ସମ୍ପର୍କୀୟଙ୍କ ନାଁରେ ଅଭିଯୋଗ। ବିଧାୟକଙ୍କ ୩ ଜଣ ସମ୍ପର୍କୀୟ ଦୁଇ ଜଣ ଠିକାଦାରଙ୍କୁ ଅପହରଣ କରିଥିବା ନେଇ ବଲାଙ୍ଗିର ଏସ୍‌ପିଙ୍କ ପାଖରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଲାଠୋର ଗାଁର ଦୁଇ ଠିକାଦାର ଭାଇ ନିଲେଶ ଅଗ୍ରଓ୍ୱାଲ ଏବଂ ଆକାଶ ଅଗ୍ରଓ୍ୱାଲ ଏକ ଠିକା କାମର କାଗଜ ପତ୍ର କରିବା ପାଇଁ ଆଜି ଦିନ ପ୍ରାୟ ୧୧ ଟାରେ ବଲାଙ୍ଗିର ଏମ୍.ଆଇ ଅଫିସ ଆସିଥିଲେ। ଏତିକିବେଳେ ବିଧାୟକଙ୍କ ତିନି ସମ୍ପର୍କୀୟ ଓ ଅନ୍ୟମାନେ ଆସି ଦୁଇ ଭାଇଙ୍କୁ ଦୁଇଟି ଗାଡ଼ିରେ ବସାଇ ପ୍ରଥମେ ପାଟଣାଗଡ଼ ରାସ୍ତା ଏବଂ ପରେ ଟିଟିଲାଗଡ଼ ରାସ୍ତା ପଟକୁ ନେଇଯାଇଥିଲେ।

ଦୁଇ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ପରେ ପ୍ରାୟ ଘଣ୍ଟାଏ ପରେ ସେମାନଙ୍କୁ ଛାଡ଼ି ଦେଇଥିବା ଦୁଇ ଭାଇ ଅଭିଯୋଗ କରିଛନ୍ତି। ଏନେଇ ଭାଇ ଦ୍ୱୟ ଏସ୍.ପିଙ୍କ ପାଖରେ ଫେରାଦ ହେବା ପରେ ବଲାଙ୍ଗିର ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ।

ତଦନ୍ତ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବଲାଙ୍ଗିର ଏସ୍.ଡି.ପି.ଓ। ତେବେ ଏ ବିଷୟରେ ସେ କିଛି ଜାଣିନାହାନ୍ତି ବୋଲି ବିଧାୟକ କହିଛନ୍ତି।

 

 

ଆହୁରି ପଢ଼ନ୍ତୁ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

Coronavirus Odisha News: ଦିନକରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

You might also like