ଫିଲ୍ମି ଫ୍ରାଇଡେରେ ଭାଇ-ଭଉଣୀ ଲଢ଼େଇ

ମୁମ୍ବାଇ: ଫିଲ୍ମି ଫ୍ରାଇଡେରେ ଆଜି ମୁକ୍ତିଲାଭ କରୁଥିବା ୨ଟି ବଲିଉଡ଼ ଫିଲ୍ମକୁ ନେଇ ଦର୍ଶକ ବେଶ୍‌ ଉତ୍ସାହିତ। କାହିଁକି ନା ଏଥରର ଫିଲ୍ମି ଫ୍ରାଇଡେ ଭାଇ ଭଉଣୀଙ୍କ ମଧ୍ୟରେ ଟକ୍କର କହିଲେ କିଛି ଭୁଲ୍ ହେବ ନାହିଁ। ଅନୀଲ କପୁରଙ୍କ ଝିଅ ସୋନମ କପୁର ଏବଂ ପୁଅ ହର୍ଷବର୍ଦ୍ଧନ କପୁରଙ୍କ ମଧ୍ୟରେ ହେବ ଫିଲ୍ମି ଫାଇଟ୍।

୨ଟି ବଲିଉଡ଼ ଫିଲ୍ମ ‘ବୀର୍ ଦି ୱେଡିଂ’ ଓ ‘ଭବେଶ ଯୋଶୀ ଦ ସୁପର ହିରୋ’ ଆଜି ମୁକ୍ତିଲାଭ କରୁଛି। ଗୋଟିଏ ଫିଲ୍ମରେ ସୋନମ୍‌ କପୁର ଲିଡ଼୍‌ ରୋଲରେ ଥିବାବେଳେ ଅନ୍ୟଏକ ଫିଲ୍ମରେ ସୋନମ୍‌ଙ୍କ ଭାଇ ହର୍ଷବର୍ଦ୍ଧନ କପୁର ଲିଡ୍ ରୋଲରେ ଅଛନ୍ତି।

ସୋନମ କପୁରଙ୍କ ଅଭିନୀତ ବୀର୍ ଦି ୱେଡିଂ ୪ ଜଣ ଅଲଟ୍ରା ମର୍ଡ଼ନ ଝିଅଙ୍କ ଲାଇଫ୍‌ ଷ୍ଟାଇଲକୁ ନେଇ ଫିଲ୍ମର କାହାଣୀ। ସୋନମ୍‌ଙ୍କ ବ୍ୟତୀତ କରିନା କପୁର, ଶିଖା ତଲ୍‌ସାନିଆ, ସ୍ୱରା ଭାସ୍କର ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶଶାଙ୍କ ଘୋଷ୍‌। ବିବାହ ପରେ ଏହା ହେଉଛି ସୋନମ୍‌ଙ୍କ ପ୍ରଥମ ଫିଲ୍ମ।

ସେପଟେ ଭବେଶ ଯୋଶୀ ଦି ସୁପର ହିରୋରେ ଲିଡ୍ ରୋଲରେ ଅଛନ୍ତି ହର୍ଷବର୍ଦ୍ଧନ କପୁର। ଯାହାର ନିର୍ଦ୍ଦେଶନା ଦେଇଛନ୍ତି ବିକ୍ରମାଦିତ୍ୟ ମୋଟୱାନି। ସତ ପାଇଁ ଲଢେଇ କରି କିଭଳି ଜଣେ ସାଧାରଣ ଯୁବକ ସୁପରହିରୋ ହୋଇଛି ତାକୁ ନେଇ ଫିଲ୍ମଟି ଆଧାରିତ।  ବଲିଉଡରେ ନିଜ ସ୍ଥାନ ପକ୍କା କରିବା ପାଇଁ ସଂଘର୍ଷ କରୁଥିବା ହର୍ଷବର୍ଦ୍ଧନଙ୍କ ଏହା ହେଉଛି ଦ୍ୱିତୀୟ ଫିଲ୍ମ।

ଆହୁରି ପଢ଼ନ୍ତୁ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଲମାନ୍‌, କରଣଙ୍କୁ ସମନ୍‌

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ…

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

କଙ୍ଗନାଙ୍କ ଘରର ଅବୈଧ ନିର୍ମାଣର ତାଲିକା ଦେଲା ବିଏମ୍‌ସି

ରାଜ୍ୟପାଳଙ୍କୁ ନ୍ୟାୟ ମାଗିଲେ କଙ୍ଗନା

ଆଉନାହାନ୍ତି ଅଜିତ୍ ଦାସ

You might also like