ଅଷ୍ଟଧାତୁ ମୂର୍ତ୍ତି ଚୋରି ଘଟଣାରେ ୨ଜଣ ଗିରଫ

ପୁରୀ : ଆନ୍ତରାଜ୍ୟ ମୂର୍ତ୍ତି ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ।  ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଥିବା ଅଷ୍ଟଧାତୁ ମୂର୍ତ୍ତି ଚୋର ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୁରୀ ପୋଲିସ।

ଏଥିସହ ସେମାନଙ୍କ ଠାରୁ ଚୋରି କରାଯାଇଥିବା ମୂର୍ତ୍ତି ଉଦ୍ଧାର ହୋଇଛି।  ଅଭିଯୁକ୍ତମାନେ ଗୋପ, ନିଶ୍ଚିନ୍ତକୋଇଲି, ବାଲେଶ୍ୱର ଜିଲ୍ଲା ନୀଳଗିରି ଆଦି ଅଞ୍ଚଳରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି କରିଆସୁଥିଲେ।

ଅଭିଯୋଗ ପରେ ପୁରୀ ପୋଲିସର ଏକ ଟିମ୍ ଏନେଇ ତଦନ୍ତ ଜାରି ରଖିଥିଲା। ଧରାପଡିଥିବା ରାକେଟର ଚେର ଉତ୍ତରପ୍ରଦେଶ ଓ ନୂଆଦିଲ୍ଲୀକୁ ଲମ୍ବିଥିବା ସୂଚନା ମିଳିଛି।

You might also like
Comments
Loading...