ଆରମ୍ଭ ହେଲା ଅମରନାଥ ଯାତ୍ରା

ଜମ୍ମୁ  : ଆରମ୍ଭ ହୋଇଛି ଚଳିତ ବର୍ଷର ଅମରନାଥ ଯାତ୍ରା। ବାବା ଅମରନାଥଙ୍କ ଦର୍ଶନ ପାଇଁ ସାରା ଦେଶରୁ ଛୁଟିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଜମ୍ମୁ ବେସ୍ କ୍ୟାମ୍ପରୁ ବାହାରିଛନ୍ତି ପ୍ରଥମ ବ୍ୟାଚ୍ ଯାତ୍ରୀ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ତୀର୍ଥ ଯାତ୍ରୀଙ୍କୁ ବାଲ୍‌ଘାଟ ଯାଏ ନିଆଯିବ । ସେହିଠାରୁ ହିଁ ଆରମ୍ଭ ହେବ ଅମରନାଥ ଯାତ୍ରା । ୩ ହଜାର ୮ ଶହ ୮୦ ମିଟର ଉଚ୍ଚ ଗୁମ୍ପା ଯାଏ ଯିବେ ଲୋକେ ।

ଏହି ସମୟରେ ଯାତ୍ରୀଙ୍କ ରହଣୀ ପାଇଁ ବିଭିନ୍ନସ୍ଥାନରେ ବେସ୍ କ୍ୟାମ୍ପର ଆୟୋଜନ ହୋଇଛି । ଯାତ୍ରୀଙ୍କ ଖାଦ୍ୟ, ସ୍ୱାସ୍ଥ୍ୟ ପାଇଁ ସ୍ୱତନ୍ତ୍ର ଆୟୋଜନ ହୋଇଛି। ଏହାଛଡ଼ା ଯାତ୍ରାକୁ ସୁରକ୍ଷିତ କରିବା ପାଇଁ କଡ଼ା ବ୍ୟବସ୍ଥା କରାଯାଇଛି। ସିଆର୍‌ପିଏଫ୍, ସେନା ଏବଂ ଅନ୍ୟ ପାରା ମିଲିଟାରୀ ଫୋର୍ସ ବିଭିନ୍ନ ଅଞ୍ଚଳର ତଦାରଖ କରିବେ। ପ୍ରଥମ ଥର ପାଇଁ ସିଆର୍‌ପିଏଫ୍ ଯବାନଙ୍କୁ ନେଇ ଗଠନ କରାଯାଇଛି ବାଇକ୍ ସ୍କ୍ୱାଡ ।

ଗତବର୍ଷ ଜୁଲାଇ ୧୦ ତାରିଖରେ ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଯେଉଁଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଥିଲେ।

You might also like