ଦଶମ ପାସ୍‌ ପିଲାଙ୍କ ପାଇଁ ୧୮ ହଜାରୁ ଅଧିକ ସରକାରୀ ପଦବୀ ଖାଲି, ତୁରନ୍ତ ଆବେଦନ କରନ୍ତୁ

ନୂଆଦିଲ୍ଲୀ: ଦଶମ ଶ୍ରେଣୀ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ସରକାରୀ ଚାକିରି ପାଇବା ପାଇଁ ଏକ ଭଲ ସୁଯୋଗ ଆଣିଛନ୍ତି ହରିୟାଣା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ। ଗ୍ରୁପ୍‌ ଡି’ର ବିଭିନ୍ନ ପଦବୀ ଲାଗି ହରିୟାଣା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ ଦରଖାସ୍ତ ଆହ୍ୱାନ କରୁଛି। ଏହି ପଦବୀ ଲାଗି ୧୮ ହଜାର ୨୧୮ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇ ନିଯୁକ୍ତି ଦିଆଯିବ। ଆବେଦନ ପ୍ରକ୍ରିୟା ଅଗଷ୍ଟ ୨୯ ରୁ ଆରମ୍ଭ ହେବ। ସେପ୍ଟେମ୍ବର ୧୮ ଆବେଦନର ଶେଷ ଦିନ। ଆଶାୟୀ ପ୍ରାର୍ଥୀ ଦଶମ ଶ୍ରେଣୀ ପାସ୍‌ କରିଥିବା ନିହାତି ଆବଶ୍ୟକ।

ପଦବୀ ନାମ: ପିଅନ, ହେଲ୍‌ପର୍‌, କୁକ୍‌, କ୍ଲିନର୍‌, ମାଇନିଂ ଗାର୍ଡ ଓ ଅନ୍ୟାନ୍ୟ

ପଦବୀ ସଂଖ୍ୟା:

ଜେନେରାଲ୍‌: ୮୩୧୨ ପଦବୀ

ଏସ୍‌ସି: ୪୨୪୫ ପଦବୀ

ଏସ୍‌ଟି: ୩୩୪୫ ପଦବୀ

ଶିକ୍ଷାଗତ ଯୋଗ୍ୟତା: ଏହି ପଦବୀ ପାଇଁ ଆବେଦନ କରିବାକୁ ଶିକ୍ଷାଗତ ଯୋଗ୍ୟତା ଦଶମ ଶ୍ରେଣୀ ପାସ୍‌ ନିହାତି ଆବଶ୍ୟକ। ଏଥିସହ ଆବେଦନକାରୀ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀ କିମ୍ବା ସଂସ୍କୃତ ବିଷୟରେ ଅଧ୍ୟୟନ କରିଥିବେ।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୧୮ ରୁ ୪୨ ବର୍ଷ ମଧ୍ୟରେ ହୋଇଥିବ।

ଚୟନ ପଦ୍ଧତି: ଲିଖିତ ପରୀକ୍ଷା ଓ ସ୍କିଲ୍‌ ଟେଷ୍ଟ ଆଧାରରେ ନିଯୁକ୍ତି ଦିଆଯିବ।

ଦରମା: ୧୬,୯୦୦-୫୩,୫୦୦ଟଙ୍କା

ଆବେଦନ ଫିସ୍‌: ଜେନେରାଲ- ୧୦୦ଟଙ୍କା, ତଫସିଲଭୁକ୍ତ ଜାତି ଓ ହରିଆନା ରାଜ୍ୟର ପଛୁଆବର୍ଗ ମାନ୍ୟତା ପାଇଥିବା ପ୍ରାର୍ଥୀମାନଙ୍କ ପାଇଁ ୫୦ ଟଙ୍କା।

ଅଧିକ ତଥ୍ୟ ଜାଣିବା ପାଇଁ ପଢ଼ନ୍ତୁ: Notification

 

You might also like