ମଝି ନଦୀରେ ଫସି ରହିଛନ୍ତି ୧୭ଜଣ
ଟିଟିଲାଗଡ଼: ମଝି ନଦୀରେ ଫସି ରହିଛି ୧୭ ଜୀବନ। ଟିଟିଲାଗଡ଼ ତେଲ ନଦୀରେ ହଠାତ୍ ବନ୍ୟା ଆସିବାରୁ ୧୭ ଜଣ ଫେରିପାରି ନଥିଲେ। ଫସିଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବିଭାଗର ଉଦ୍ୟମ ଜାରି ରହିଛି। ଏହି ଲୋକମାନେ ବାଞ୍ଜିପଦର ଦୀପରେ ଫସି ରହିଛନ୍ତି। ବିଦ୍ୟୁତ ବିଭାଗର ୧୩ ଜଣ ଓ ଜଳ ଯୋଗଣ ବିଭାଗର ୪ ଜଣ କର୍ମଚାରୀ ପ୍ରକଳ୍ପ କାମ ପାଇଁ ଯାଇଥିଲେ।