ଅାଜି ଅପରାହ୍ନ ୨ଟାରେ ଖୋଲାଯିବ ରତ୍ନଭଣ୍ଡାର

ପୁରୀ : ଆଜି ଖୋଲିବ ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର। ଅପରାହ୍ନ ୨ଟାରେ ଦ୍ୱିତୀୟ ଭୋଗ ମଣ୍ଡପ ବଢିବା ପରେ ଆରମ୍ଭ ହେବ ଭଣ୍ଡାର ଘରର ସ୍ଥିତି ଯାଞ୍ଚ୍। ରତ୍ନଭଣ୍ଡାର ଖୋଲାଯିବା ନେଇ ବ୍ୟବସ୍ଥାବଳୀ ଜାରି ହୋଇଛି। ଆଜି ଜଗମୋହନ ମରାମତି ବନ୍ଦ ରହିବ। ମଧ୍ୟାହ୍ନ ଧୂପ ପରେ ଅନ୍ୟାନ୍ୟ ନୀତି ସ୍ଥଗିତ ରହିବ।

ବ୍ୟବସ୍ଥାବଳୀ ଅନୁଯାୟୀ, ଶ୍ରୀମନ୍ଦିର ବାହାର ଚାରିଦ୍ୱାର ଓ ଭିତର ଗୁମୁଟରେ ପୋଲିସ ଜଗିବେ। ଛତିଶା ନିଯୋଗ ସଭାପତି, ସଂପାଦକ ଭଣ୍ଡାର ଖୋଲା ଦେଖିପାରିବେ। ମୁକ୍ତି ମଣ୍ଡପ ତଳେ ଉପସ୍ଥିତ ରହି ଭଣ୍ଡାର ଖୋଲା ଦେଖିପାରିବେ। ଓସଡ଼ମା, ଅଗ୍ନିଶମ ଅଧିକାରୀ ଜରୁରୀ ସ୍ଥିତି ପାଇଁ ଉପସ୍ଥିତ ରହିବେ। ସ୍ନେକ ହେଲ୍ପ ଲାଇନର ୨ ଜଣ ସଦସ୍ୟ ମଧ୍ୟ ଏହି ସମୟରେ ଉପସ୍ଥିତ ରହିବେ।

ଜଗମୋହନ ଭିତରକୁ ଯାଉଥିବା ବ୍ୟକ୍ତିଙ୍କୁ ସ୍ୱତ୍ତ୍ୱଲିପି ମୁତାବକ ଯାଞ୍ଚ କରାଯିବ। ଯାଞ୍ଚକାରୀ କେବଳ ଚଷମା ବ୍ୟତୀତ ଅନ୍ୟକିଛି ସାଙ୍ଗରେ ନେଇପାରିବେନି। ମୁଖ୍ୟ ପ୍ରଶାସକ, ପୁରୀ ଏସ୍‌ପି, ନୀତି ପ୍ରଶାସକ, ହାଇକୋର୍ଟଙ୍କ ପ୍ରତିନିଧି, ASIର ୩ ବିଶେଷଜ୍ଞ ଭଣ୍ଡାରକୁ ଯିବେ।

ସେହିପରେ କୋର୍ କମିଟିର ୨ ଜଣ, ରତ୍ନ ଭଣ୍ଡାର ସବ୍ କମିଟିର ୨ ସଦସ୍ୟ ମଧ୍ୟ ଭିତରକୁ ଯିବେ। ସମସ୍ତେ ଭିତରକୁ ଯିବା ପରେ ସର୍ଚ୍ଚ ଲାଇଟରେ ସ୍ଥିତି ଅନୁଧ୍ୟାନ କରିବେ। ଏହା ପରେ ସେମାନଙ୍କୁ ପୋଲିସ ଦ୍ୱାରା ପୁନଃ ଯାଞ୍ଚ କରାଯିବ।

You might also like