ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍‌, ୧୫ ଆହତ

ଭଦ୍ରକ: ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍‌ ଜୋରକୁ ଓଲଟି ପଡ଼ିବା ଫଳରେ ୧୫ଜଣ ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଇଚ୍ଛାପୁର-ବାସୁଦେବପୁର ରାସ୍ତାର ବେକମୁଡ଼ି ମେଲଣ ପଡ଼ିଆରେ ଆଜି ଏହି ଅଘଟଣ ଘଟିଛି। ଆହତଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଏକ ଯାତ୍ରୀବାହୀ ବସ୍‌ ଭଦ୍ରକରୁ ବାସୁଦେବପୁର ଅଭିମୁଖେ ଆସୁଥିଲା। କୌଣସି କାରଣରୁ ଭାରସାମ୍ୟ ହରାଇ ବେକମୁଡ଼ି ମେଲଣ ପଡ଼ିଆ ନିକଟରେ ଥିବା ଏକ ଜୋରକୁ ଓଲଟି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଛି। ବସ୍‌ରେ ପ୍ରାୟ ୫୦ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି।

ଆହତଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଘଟଣା ପରେ ବସ୍‌ର ଡ୍ରାଇଭର ଓ ହେଲ୍‌ପର୍‌ ଫେରାର ଅଛନ୍ତି।

You might also like