ପୁଲିସ୍‌କୁ ବଡ଼ ସଫଳତା; ଟଳିଲେ୧୫ ମାଓବାଦୀ

ଭୁବନେଶ୍ୱର: ମାଲକାନଗିରି ସୀମାରେ ପୁଲିସ୍‌କୁ ଏକ ବଡ଼ ସଫଳତା ମିଳିଛି। ଛତିଶଗଡ଼ ସୁକ୍‌ମା ନିକଟସ୍ଥ ଏକ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୧୫ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, କୋଣ୍ଟା ଓ ଗୋଲାପାଲ୍ଲୀ ପୁଲିସ୍‌ ଷ୍ଟେସନ ଅନ୍ତର୍ଗତ ମିକା ଟୋଙ୍ଗ ଜଙ୍ଗଲରେ ଆଜି ସକାଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏନ୍‌କାଉଣ୍ଟର ସ୍ଥଳରୁ ୧୬ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଜଙ୍ଗଲରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି।

 

You might also like