ନଳଗୋହିରା ଗାଁରେ ଭୟାବହ ଅଗ୍ନିକାଣ୍ଡ

ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନଳଗୋହିରା ଗାଁରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ୫ଟି ପରିବାରର ୧୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି।

ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଆଜି ମଧ୍ୟାହ୍ନରେ ନଳଗୋହିରା ଗାଁର ରମେଶ ନାୟକଙ୍କ ଘରୁ ପ୍ରଥମେ ନିଆଁ ଦେଖିବାକୁ ମିଳିଥିଲା। ଚାହୁଁ ଚାହୁଁ  ନିଆଁ ପାଖ ଘର ଗୁଡିକୁ ବ୍ୟାପୀ ଯାଇଥିଲା।

ଖବର ପାଇ ଗାଁରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ଏହାର କାରଣ ଅସ୍ପଷ୍ଟ ରହିଛି।

You might also like