ରେଲୱେ ଷ୍ଟେସନରୁ ୧୫ ଶିଶୁ ଶ୍ରମିକ ଉଦ୍ଧାର

ରାୟଗଡ଼ା: ଚାଲାଣ ବେଳେ ଉଦ୍ଧାର ହେଲେ ଶିଶୁ ଶ୍ରମିକ। ରାୟଗଡ଼ାରୁ ଆନ୍ଧ୍ରପ୍ରଦେଶକୁ ଚାଲାଣବେଳେ ୧୫ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ରାୟଗଡ଼ା ରେଲୱେ ପୁଲିସ୍‌ ସମସ୍ତଙ୍କୁ ଉଦ୍ଧାର କରିଛି।

ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକଙ୍କ ମଧ୍ୟରେ ୧୧ ଜଣ ନାବାଳିକା ଓ ୪ ଜଣ ନାବାଳକ ଅଛନ୍ତି ବୋଲି ଜଣାପଡ଼ିଛି।

ରାୟଗଡ଼ା ଷ୍ଟେସନ ପରିସରରେ ସେମାନେ ବୁଲୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ସନ୍ଦେହରେ ପଚରାଉଚରା କରିଥିଲା।  ସମସ୍ତ ଶିଶୁ ଶ୍ରମିକ କାନ୍‌ସିମୁହିଁ ସେସ୍‌କାଲ୍‌ର ନେଇ ସୂଚନା ମିଳିଛି।

ସମସ୍ତେ ଆନ୍ଧ୍ରପ୍ରଦେଶ ନେଲ୍ଲୋରର ଏକ ଚିଙ୍ଗୁଡି କାରଖାନାରେ କାମ କରିବାକୁ ଯାଉଥିବା ଜଣାପଡ଼ିଛି।  ସମସ୍ତ ଉଦ୍ଧାର ଶିଶୁଙ୍କୁ ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରାଯାଇଛି। ସେମାନଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଇ ସେମାନଙ୍କୁ ହସ୍ତାନ୍ତର କରାଯିବ।

You might also like