ରଥଯାତ୍ରାରେ ନିୟୋଜିତ ହେବେ ୧୪୦ ପ୍ଲାଟୁନ୍ ଫୋର୍ସ

ପୁରୀ: ପୁରୀରେ ଡିଜିପିଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସୁରକ୍ଷା ନେଇ ସମୀକ୍ଷା ବୈଠକ ହୋଇଛି। ଚଳିତ ବର୍ଷ ରଥଯାତ୍ରା ପାଇଁ ୧୪୦ ପ୍ଲାଟୁନ ଫୋର୍ସ ଓ ୧ ହଜାର ଅଫିସର ନିୟୋଜିତ ହେବେ। ସ୍ଥଳ, ଜଳ ଓ ଆକାଶ ମାର୍ଗ ପାଇଁ ସୁରକ୍ଷା କଡ଼ାକଡ଼ି ହେବ। ସାମୁଦ୍ରିକ ମାର୍ଗ ସୁରକ୍ଷା ପାଇଁ କୋଷ୍ଟ୍‌ଗାର୍ଡ ମୁତୟନ ହୋଇଛନ୍ତି। ବଡ଼ଦାଣ୍ଡକୁ ନୋ ଫ୍ଲାଇଂ ଜୋନ୍ କରିବାକୁ ମନ୍ତ୍ରାଳୟକୁ ଚିଠି ଲେଖାଯିବ ବୋଲି ସମୀକ୍ଷା ପରେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

ଏହା ସହ ଟାଉନଥାନାରେ ଥିବା କଣ୍ଟ୍ରୋଲ ରୁମ୍‌ରେ ବରିଷ୍ଠ ଅଧିକାରୀମାନେ ରହି ସିସିଟିଭି ମାଧ୍ୟମରେ ପୁରୀ ସହରର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବେ। ପୁରୀରେ ଏବେ ମୋଟ ୧୮୫ଟି ସିସିଟିଭି କ୍ୟାମେରା ଲାଗିଛି। ଶ୍ରୀ ମନ୍ଦିରରେ ୭୦ଟି ଓ ବଡ଼ଦାଣ୍ଡରେ ୩୦ଟି କ୍ୟାମେରା ଲାଗିଛି। ଆବଶ୍ୟକ ସ୍ଥଳେ ଅନ୍ୟାନ୍ୟ  କ୍ୟାମେରାଗୁଡିକ ସହରର ବିଭିନ୍ନ ସ୍ଥାନରେ ଲାଗିବ ବୋଲି ପୁଲିସ ଡିଜି ସୂଚନା ଦେଇଛନ୍ତି। ଏହି ବୈଠକରେ ବିଭିନ୍ନ ବିଭାଗର ୧୨ ବରିଷ୍ଠ ଆଇପିଏସ୍ ଯୋଗ ଦେଇଥିଲେ ।

You might also like
Comments
Loading...