ଉତ୍ତର ପ୍ରଦେଶରେ ଝଡ଼ର ତାଣ୍ଡବ; ୧୩ ମୃତ, ୨୮ ଆହତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଧୂଳିଝଡ଼ ଓ ଘୂର୍ଣ୍ଣିଝଡ଼ର ତାଣ୍ଡବ। ଗତକାଲି ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଧୂଳିଝଡ଼ ଓ ଘୂର୍ଣ୍ଣିଝଡ଼ରେ ୧୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୮ ଜଣ ଆହତ ହୋଇଛନ୍ତି।

୧୩ ମୃତକଙ୍କ ମଧ୍ୟରୁ ୬ ଜଣ ସୀତାପୁରର ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣାରେ ଆହତଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ଯୋଗାଇଦେବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୃତକଙ୍କ ପରିବାକୁ ସହାୟତା ପ୍ରଦାନ କରିବା ଲାଗି ମଧ୍ୟ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଘୂର୍ଣ୍ଣିଝଡ଼କୁ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିବା ସହ ଉତ୍ତର ପ୍ରଦେଶର କିଛି ସ୍ଥାନରେ ଧୂଳିଝଡ଼ ନେଇ ମଧ୍ୟ ପୂର୍ବରୁ ସତର୍କ କରାଇଥିଲା। ଏଥିସହ ଉତ୍ତର ପ୍ରଦେଶର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ମଧ୍ୟ ପାଣିପାଗ ବିଭାଗ ସତର୍କ କରିଥିଲା।

ସୂଚନାଥାଉ କି, ଗତ ୨ ସପ୍ତାହ ପୂର୍ବେ ଉତ୍ତର ପ୍ରଦେଶରେ ଧୂଳିଝଡ଼ ଓ ଘୂର୍ଣ୍ଣିଝଡ଼ରେ ୧୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯ଜଣ ଆହତ ହୋଇଥିଲେ।

ଆହୁରି ପଢ଼ନ୍ତୁ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢ଼ିଲା: ସମନ କଲା ପୋଲିସ

ଦେଶରେ ୬୨ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ନିକଟତର

ବାବ୍ରୀ ମସଜିଦ୍ ରାୟକୁ ନେଇ ପାକିସ୍ତାନ ରଖିଲା ପ୍ରତିକ୍ରିୟା

ହାଥରଶ ଗଣଦୁଷ୍କର୍ମ ଘଟଣା; ADG କହିଲେ, ଜବରଦସ୍ତି ହୋଇନଥିଲା ଅନ୍ତିମ ସଂସ୍କାର

ବାବ୍ରୀ ମସ୍‌ଜିଦ୍ ରାୟ ଶୁଣିବା ପରେ କ’ଣ କହିଲା କଂଗ୍ରେସ ?

ପୀଡିତାଙ୍କ ସହ ଦୁଷ୍କର୍ମ ହୋଇନାହିଁ କି ତାଙ୍କର ଜିଭ କଟାଯାଇ ନାହିଁ -ପୋଲିସ

‘ଜୟ ଶ୍ରୀରାମ’ କହି ରାୟଙ୍କୁ ସ୍ୱାଗତ କଲେ ଆଡଭାନୀ

ଅପରାଧର ବର୍ଷ ୨୦୧୯: ପ୍ରତ୍ୟେକ ଦିନ ୮୭ଟି ଦୁଷ୍କର୍ମ ମାମଲା ରେକର୍ଡ

ଅସହାୟଙ୍କ ସାହା ପାଲଟିଥିବା ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା ଜାତିସଂଘ

୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

You might also like